ଓଡିଶା

odisha

By

Published : Mar 20, 2022, 12:38 PM IST

ETV Bharat / state

ବ୍ରହ୍ମଗିରି ବୋମାମାଡ଼ ଘଟଣାରେ ପୁରୁଷ ଓ ମହିଳାଶୂନ୍ୟ ହେଲା ଗାଁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଘଟଣା। ଏହି ଘଟଣାରେ ପୁରୁଷ ଓ ମହିଳାଶୂନ୍ୟ ହେଲା ଦଣ୍ଡୁଆସିପଡ଼ା ଗାଁ । ଅଧିକ ପଢ଼ନ୍ତୁ

bomb blast at  danduasipada village
ଦଣ୍ଡୁଆସିପଡ଼ା ଗାଁରେ ଘନଘନ ବୋମା ମାଡ଼ ଘଟଣା, ପୁରୁଷ ଓ ମହିଳାଶୂନ୍ୟ ହେଲା ଗାଁ

ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଘଟଣା । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗତକାଲି ଘନ ଘନ ବୋମା ମାଡ଼ ସହ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ ।

ଦଣ୍ଡୁଆସିପଡ଼ା ଗାଁରେ ଘନଘନ ବୋମା ମାଡ଼ ଘଟଣା, ପୁରୁଷ ଓ ମହିଳାଶୂନ୍ୟ ହେଲା ଗାଁ

ଏହି ଘଟଣା ନେଇ ଆଜି ସମୂର୍ଣ୍ଣ ରୂପେ ପୁରୁଷ ଓ ମହିଳା ଶୂନ୍ୟ ହୋଇଯାଇଛି। ଗିରଫ ହେବା ଭୟରେ ସମସ୍ତ ଗାଁ ଛାଡ଼ି ପଳାଇଯାଇଛନ୍ତି। ଦଣ୍ଡୁଆସିପଡ଼ା ଗାଁରେ ବ୍ରହ୍ମଗିରି ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତ ଫେବୃଆରୀ ମାସ ନିର୍ବାଚନ ପୂର୍ବରୁ ରାଜନୈତିକ ଶତ୍ରୁତାକୁ ନେଇ ଗାଁରେ ବିବାଦ ଦେଖାଦେଇଥିଲା। ଏବଂ ଫେବୃଆରୀ ୧୦ ତାରିଖରେ ଗାଁରେ ଉତ୍ତେଜନା ଘଟି ବୋମା ମାଡ଼ ସହ ଟେକା ପଥର ମାଡ଼ ହୋଇ ୬ଜଣ ଗୁରୁତର ଆହତ ହୋଇଥିଲେ ।

ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ କୋର୍ଟରେ ସର୍ତ୍ତମୂଳକ ଜାମିନରେ ଫେବୃଆରୀ ୨୧ ତାରିଖରେ ଆସିବା ପରେ ୨୪ ତାରିଖରେ ସେହି ଘଟଣା ପୁନରାବୃତ୍ତି କରି ଅପରାହ୍ନରେ ଘନ ଘନ ବୋମା ମାଡ଼ ଘଟିଥିଲା । ଏହାପରେ ପୋଲିସ ଗାଁରେ ଚଢ଼ାଉ କରି 19 ଜଣଙ୍କୁ ଗିରଫ କରି ୨୫ତାରିଖରେ କୋର୍ଟ ଚାଲାଣ କରିଥିଲା ।

ତେବେ ଗତକାଲି ପୁଣି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଘନଘନ ବୋମା ମାଡ଼ ହେବା ସହ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏହି ଘଟଣାରେ ପୋଲିସ କାହାକୁ ଗିରଫ ବା ଅଟକ ରଖିନଥିବା ସୂଚନା ମିଳିଛି। ଏଥିସହ ଘଟଣାସ୍ଥଳରେ ପୋଲିସ 3 ଟି ଅଫୁଟା ବୋମା ଜବତ କରିଥିବା ଜଣାପଡିଛି ।

ବ୍ରହ୍ମଗୁରୁରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details