ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କ ଘର ଉପରେ ବୋମାମାଡ଼ ଘଟଣା, 5 ଗିରଫ - Bomb attack on journalists house

କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ଗ୍ରାମର ସାମ୍ବାଦିକଙ୍କ ଘର ଉପରେ ବୋମାମାଡ଼ ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

Bomb attack on journalists house, 5 arrested
ସାମ୍ବାଦିକଙ୍କ ଘର ଉପରେ ବୋମାମାଡ଼ ଘଟଣା, 5 ଗିରଫ

By

Published : Apr 29, 2020, 7:43 PM IST

ପୁରୀ: କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ଗ୍ରାମର ସାମ୍ବାଦିକଙ୍କ ଘର ଉପରେ ବୋମାମାଡ଼ ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ଘଟିଥିବା ପୋଲିସ ପ୍ରକାଶ କରିଛି ।

କୋଣାର୍କ ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅଚ୍ୟୁତପୁର ପଞ୍ଚାୟତର ସରପଞ୍ଚ ଭକ୍ତବଲ୍ଲବ ଦାସଙ୍କ ସମେତ ଧୀରଜ ସ୍ବାଇଁ, କୈଳାସ ପ୍ରଧାନ, ବାଦଲ ନାୟକ ଓ ଦିଲ୍ଲୀପ ନାୟକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ତିନି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି । ଏନେଇ ପୁରୀ ଅତିରିକ୍ତ ଏସପି ଅରୁଣ କୁମାର ଜେନା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ 23 ତାରିଖ ରାତିରେ କରମଙ୍ଗା ଗ୍ରାମର ସାମ୍ବାଦିକ ସଞ୍ଜୟ ପତିଙ୍କ ଘର ଉପରେ 3 ଜଣ ଯୁବକ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ଏପରିକି ଅଭିଯୁକ୍ତ ତିନି ଜଣ ରାସ୍ତାରେ ପୋଲିସ ପାଟ୍ରୋଲିଂ ଟିମ ହାବୁଡରେ ପଡ଼ିଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଫେରାର ହୋଇ ଯାଇଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details