ପୁରୀ: କିନ୍ନରଙ୍କ ରକ୍ତଦାନ ଶିବିର । ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରିୟାଶୁଂ କିନ୍ନରଙ୍କ 24ତମ ଜନ୍ମଦିନ ଅଵସରରେ ଜିଲ୍ଲା କିନ୍ନର ସଂଘ ଏହି ରକ୍ତ ଦାନ ଶିବିର ଆୟୋଜନ କରିଛନ୍ତି ।
ଜନ୍ମଦିନରେ ରକ୍ତଦାନ କରି ମହତ କାମ କଲା କିନ୍ନର ସଙ୍ଘ - ରକ୍ତଦାନ ଶିବିର
ପୁରୀ ଜିଲ୍ଲା କନ୍ନର ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି । ରକ୍ତଦାନ କରି ଆମେ ବି ଲୋକଙ୍କୁ ବଞ୍ଚେଇ ପାରିବୁ ବୋଲି ସମାଜକୁ କିନ୍ନରମାନେ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ
ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ
ଏଥିରେ 25 ଜଣ କିନ୍ନରଙ୍କ ସମେତ ଅନେକ ପୁରୀ ବାସିନ୍ଦା ସାମିଲ ହୋଇ ରକ୍ତଦାନ କରିଛନ୍ତି । ଜନ୍ମଦିନରେ ରକ୍ତଦାନ ଭଳି ମହତ କର୍ଯ୍ୟ କରିବା ଆବଶ୍ୟକ ବୋଲି କିନ୍ନର ସଂଘ କହିଛି । ସ୍ବେଛାସେବୀ ସଂଗଠନ ଆମ ଓଡ଼ିଶା ଓ ପୁରୀଜିଲ୍ଲା କିନ୍ନର ସଂଘ ମିଳିତ ଭାବେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତଦାନ ନିମନ୍ତେ ସବୁ ନାଗରିକ ଆଗେଇ ଆସିବାକୁ କିନ୍ନର ସଂଘ ବାର୍ତା ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ