ଓଡିଶା

odisha

ଗୋପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

By

Published : Nov 15, 2021, 4:33 PM IST

ଗଣଶିକ୍ଷା ମନ୍ତ୍ରୀ ପୁରୀ ଗୋପ ସରକାରୀ ମେଡିକାଲର ଚକ୍ଷୁ ବିଭାଗକୁ ଉଦଘାଟନ କରିବାକୁ ଆସୁଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢନ୍ତୁ

Mass Educations Minister
Mass Educations Minister

ଗୋପ/ପୁରୀ:ସାରା ରାଜ୍ୟରେ ମନ୍ତ୍ରୀ, ବିଧାୟକଙ୍କୁ ଜାରି ରହିଛି ଭାରତୀୟ ଜନତା ପାର୍ଟି (ବିଜେପି)ର ବିରୋଧ ପ୍ରଦର୍ଶନ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଦଳ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରିଛି ଦଳ । ଫଳରେ ସରକାରୀ ଦଳର ମନ୍ତ୍ରୀ ବିଧାୟକ ଯେଉଁଠିକି ଗଲେ ମଧ୍ୟ କଡା ବିରୋଧ କରୁଛି ବିଜେପି ।

ଗୋପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଆଜି (ସୋମବାର) ଗଣଶିକ୍ଷା (Mass Education Minister) ମନ୍ତ୍ରୀ ସମୀର ଦାସ ପୁରୀ ଗୋପ ସରକାରୀ ମେଡିକାଲର ଚକ୍ଷୁ ବିଭାଗକୁ ଉଦଘାଟନ କରିବାକୁ ଆସୁଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଗୋପ ବଜାରରେ ବିଜେପି ଯୁବ ମୋର୍ଚ୍ଚାର ନେତା ମାନେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ନାରାବାଜୀ ଦେଇଥିଲେ । ଏହାହସହ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାମ ମାନ ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details