ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ପୁରୀ ବିଜେପି ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର 22 ଟି ପଞ୍ଚାୟତ ଏବଂ ପୁରୀ ପୌର ପାଳିକାର 32ଟି ୱାର୍ଡରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ସରିବା ପରେ ଆସନ୍ତା ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରେ ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ମୁଖରୁ ନବୀନ ନିବାସ ଯାଏଁ ଏକ ପଦଯାତ୍ରା କରାଯିବ ।
ବଗଲା ଜମି ବିକ୍ରି ପ୍ରସଙ୍ଗ ନେଇ ବିଜେପିର ଦସ୍ତଖତ ଅଭିଯାନ - BJP's signature Abhiyan
ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ପୁରୀ ବିଜେପି ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର 22 ଟି ପଞ୍ଚାୟତ ଏବଂ ପୁରୀ ପୌର ପାଳିକାର 32 ଟି ୱାର୍ଡରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବଗଲା ଜମିକୁ ଭକ୍ତଙ୍କ ଉଦ୍ଦେଶ୍ୟ ରହଣି ସ୍ଥାନ ଦାବି ନେଇ ଏହି ପଦଯାତ୍ରା ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯିବ ବୋଲି ପୁରୀ ବିଜେପି ପକ୍ଷରୁ କୁହାଯାଇଛି । ତୁରନ୍ତ ବଗଲାଜମି ପୂର୍ବଭଳି ଭକ୍ତଙ୍କ ରହିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗୃହ ନିର୍ମାଣ କରି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଜେପି ଦାବି ରଖିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ଉଚ୍ଛେଦରେ ବିସ୍ଥାପିତ ହୋଇଥିବା କିଛି ଲଜ ମାଲିକଙ୍କୁ ପ୍ରତିଶୃତି ମୁତାବକ ରାଜ୍ୟ ସରକାର ବଡ଼ ଦାଣ୍ଡରେ ଥିବା ପ୍ଲଟରେ ଥଇଥାନ ଭିତ୍ତିରେ ବଗଲା ଜମି ପ୍ରଦାନ କରିଥିଲେ ।
ପୂର୍ବରୁ ଏଠାରେ ଏକ ଧର୍ମଶାଳା ଥିବାବେଳେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ ଖୁବ ସ୍ୱଳ୍ପ ଅର୍ଥରେ କୋଠରୀ ନେଇ ରହି ଜଗନ୍ନାଥ ଦର୍ଶନ କରୁଥିଲେ । ହେଲେ ଏହି ଜମିରେ ଭକ୍ତଙ୍କ ରହିବା ପାଇଁ ଅଧିକ ଗୃହ ନିର୍ମାଣ ନକରି ଏହି ଜମିର କିଛି ପ୍ଲଟକୁ ଲଜ ମାଲିକଙ୍କୁ ବିକ୍ରିକୁ ବିଜେପି ବିରୋଧ କରି ଆସୁଛି । ଏହା ପ୍ରତିବାଦରେ ଧରଣା, ବିକ୍ଷୋଭ ପରେ ଏନେଇ ନବୀନ ନିବାସ ଯାଏଁ ପଦଯାତ୍ରା ଆସନ୍ତା ଅକ୍ଟୋବର 2ରେ କରିବାକୁ ଯୋଜନା କରିଛି ବିଜେପି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ