ପୁରୀ:ପବିତ୍ର ଅକ୍ଷୟ ତୃତୀୟାରେ ବିଜେଡ଼ି ସରକାର ବିରୋଧରେ ଲଢେଇକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ପୁରୀରେ ବିଜେପି ଯୁବମୋର୍ଚ୍ଚାର ନେତା ଓ କର୍ମୀମାନେ ମହାପ୍ରଭୁଙ୍କୁ ଦର୍ଶନ କରି ବିଜେଡି ସରକାରକୁ ଆଗାମୀ ନିର୍ବାଚନରେ ପରାସ୍ତ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ଯୁବମୋର୍ଚ୍ଚାର ସଦସ୍ୟମାନେ ଏହି ସଂକଳ୍ପ ନେଇଛନ୍ତି ।
ପୁରୀ ବଡ଼ଦାଣ୍ଡରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ ପହଞ୍ଚିବା ପରେ ପୁରୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଯୁବମୋର୍ଚ୍ଚାର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ କହିଛନ୍ତି, "ପବିତ୍ର ଅକ୍ଷୟ ତୃତୀୟା ହେଉଛି ସବୁ ନୂଆ କାର୍ଯ୍ୟ କରିବା ପାଇଁ ଶୁଭ ଦିବସ । ଦୀର୍ଘ ୫୦ଦିନ ପରେ ଜେଲ୍ରୁ ବାହାରିବା ପରେ ଆମେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଛୁ । ଆଜି ଯାହା ହୁଏ ଅକ୍ଷ ରହେ । ଖାଲି ଜଗନ୍ନାଥ ନାରା ଦେଲେ ହେବ ନାହିଁ । ହିନ୍ଦୁ ଧର୍ମ କ୍ଷାନ୍ତ ରହୁ । ଆଜି ଓଡ଼ିଶାରେ ଭ୍ରଷ୍ଟାଚାର, ଅନ୍ୟାୟ ଅନୀତି ଭରି ରହିଛି । କତାହାକୁ ଆମେ ବିରୋଧ କରିବୁ । ଏଣୁ ଏହି ଦିବସରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ବିଜେଡି ସରକାର ବିରୋଧରେ ଲଢେଇକୁ ଜୋରଦାର କରାଯିବ ।"
ଏହା ବି ପଢନ୍ତୁ- ଅକ୍ଷୟ ତୃତୀୟାରେ ଜମୁଛି ଅଳଙ୍କାର ବେପାର, ସୁନା ଦୋକାନ ମୁହାଁ ରାଜଧାନୀବାସୀ