ଓଡିଶା

odisha

ETV Bharat / state

ଅଧର୍ମର ହେବ ବିନାଶ, ଧର୍ମର ହେବ ଜୟ: ସମ୍ବିତ ପାତ୍ର - ବ୍ରହ୍ମଗିରି

ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ବ୍ରହ୍ମଗିରି ଗସ୍ତ କରିଥିଲେ। ଏହି ଅବସରରେ ଆରାଧ୍ୟ ବାବା ଅଲାରନାଥଙ୍କୁ ଦର୍ଶନ କରିବା ସହ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ।

ଫଟୋ ସୌଜନ୍ୟ- ପ୍ରତିନିଧି, ବ୍ରହ୍ମଗିରି

By

Published : Mar 26, 2019, 11:44 PM IST

ବ୍ରହ୍ମଗିରି: ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ବ୍ରହ୍ମଗିରି ଗସ୍ତ କରିଥିଲେ। ଏହି ଅବସରରେ ଆରାଧ୍ୟ ବାବା ଅଲାରନାଥଙ୍କୁ ଦର୍ଶନ କରିବା ସହ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବ୍ରହ୍ମଗିରି

ଗୋରୁଆଳ ଛକ ଠାରୁ ଶତାଧିକ ବିଜେପି କର୍ମୀଙ୍କ ସହ ସମ୍ବିତ୍ ପାତ୍ର, ଲଳିତେନ୍ଦୁ ଓ ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଶୋଭାଯାତ୍ରାରେ ଗଡ଼ରୋଢଙ୍ଗ ସ୍ଥିତ ଲୁଲୁଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ନେତା ସେମାନଙ୍କୁ ସମ୍ବୋଧିତ କରିଥିଲେ।

ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ସାକ୍ଷୀଗୋପାଳ ଠାରେ ଦଳୀୟ ଶୋଭାଯାତ୍ରା କରୁଥିବାବେଳେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ହାତରେ ଧରିଥିଲେ। ଏହାକୁ ବିରୋଧ କରି ପୁରୀରେ ସେବକମାନେ ସମ୍ବିତଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ।
ଏହି ବିରୋଧର ଉତ୍ତର ରଖି ସମ୍ବିତ୍ କହିଥିଲେ 'ଶୋଭାଯାତ୍ରା ସମୟରେ ଜଣେ ତାଙ୍କୁ ଉପହାର ଦେଇଥିଲେ ତାଙ୍କୁ ଗ୍ରହଣ କରି ମୂଁ ମୋ ମଥାରେ ଲଗାଇଥିଲି। ମୁଁ ଭଗବାନଙ୍କୁ ମଥାରେ ଲଗାଇବା କଣ ଭୁଲ ବୋଲି ସେ ପ୍ରଶ୍ନ କରିଥିଲେ?

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details