ବ୍ରହ୍ମଗିରି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରି ବିଜୁ ପକ୍କାଘର ଯୋଜନାରେ ନାମିତ କରି ଭୋଟ ହତେଇବା ପାଇଁ ଅପଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେପି । ଏହି ପ୍ରତିବାଦରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେପି ପକ୍ଷରୁ ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ପ୍ରତିବାଦ ସମାବେଶ କରାଯାଇଛି ।
ବ୍ରହ୍ମଗିରିରେ ବିଜେପିର ପ୍ରତିବାଦ ସମାବେଶ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ କରି ବିଜୁ ପକ୍କାଘର ଯୋଜନାରେ ନାମିତ କରି ଭୋଟ ହତେଇବା ପାଇଁ ଅପଚେଷ୍ଟା କରୁଥିବା ଅଭିଯୋଗରେ ବ୍ରହ୍ମଗିରି ବିଜେପିର ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା । ପଢନ୍ତୁ ଅଧିକ.....
ବ୍ରହ୍ମଗିରିରେ ବଜେପିର ପ୍ରତିବାଦ ସମାବେଶ
ବ୍ରହ୍ମଗିରି କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବିଜେପିର ଶତାଧିକ କର୍ମୀ ବ୍ଲକ ସମ୍ମୁଖରେ ପହଞ୍ଚି ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ହଡପ କରୁଥିବା ପ୍ରତିବାଦରେ ନାରବାଜି କରିଥିଲେ। ଏ ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ନାମରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ