ଓଡିଶା

odisha

ETV Bharat / state

ଇଭିଏମ୍ ଭଙ୍ଗା ଘଟଣା, ଭିଡିଓ ପୋଷ୍ଟ କରି ମୁହଁ ଖୋଲିଲେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ - EVM

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ମୁହଁ ଖୋଲିଛନ୍ତି ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ସୋସିଆଲ ମିଡିଆ ଫେସବୁକରେ ଏକ ଭିଡିଓ ଅପଲୋଡ କରି ଏହି ଘଟଣା ପ୍ରସଙ୍ଗରେ ନିଜ ବାର୍ତ୍ତା ରଖିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ

By

Published : Apr 26, 2019, 1:58 PM IST

ପୁରୀ: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ମୁହଁ ଖୋଲିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ସୋସିଆଲ ମିଡିଆ ଫେସବୁକରେ ଏକ ଭିଡିଓ ଅପଲୋଡ କରି ଏହି ଘଟଣା ପ୍ରସଙ୍ଗରେ ନିଜ ବର୍ତ୍ତା ରଖିଛନ୍ତି । ଓମ ପ୍ରକାଶ ଏହି ଭିଡିଓରେ ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏହାସହ ନିରପେକ୍ଷ ତଦନ୍ତ ପରେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଭିଡିଓରେ ନଜ କଥା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ଫେସବୁକ@ଓମ୍ ପ୍ରକାଶ ମିଶ୍ର

ଏହି ଭିଡିଓରେ ସେ ବିଜେଡିର ଗୁଣ୍ଡାରାଜ, ବୁଥ ରିଗିଂ, ମୃତଙ୍କ ନାମରେ ଭୋଟ ଦେବା , ଭୋଟର ନଯାଇ ଇଭିଏମରେ ଭୋଟ ପଡିବା ସହ ବିଜେଡିର ଗୁଣ୍ଡା ତାଙ୍କୁ ଆକ୍ରମଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ବୀରକିଶୋରପୁର, ଜାଗୁଳେଇପଦର, ଗୋଛିଆ,ତେଲେଙ୍ଗାପଡା ଓ ନୂଆଗାଁ ଏହିଭଳି 7ଟି ବୁଥକୁ ଯାଞ୍ଚ କରାଯିବା ପାଇଁ କହିଛନ୍ତି ଓମ ପ୍ରକାଶ । ଏହାସହ ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପାଇଁ ସେ ଦାବି ଉଠାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଏସପି ଉମା ଶଙ୍କର ଦାସ ଆତ୍ମସମର୍ପଣ ନକଲେ ଓମ ପ୍ରକାଶଙ୍କୁ ପଳାତକ ଘୋଷଣା କରିବ ବୋଲି ସୂଚନା ଦେଇଥିଲେ । ଓମ ପ୍ରକାଶଙ୍କ ନାଁରେ ଇଭିଏମ ଭଙ୍ଗାରୁଜା ଓ ପ୍ରିଜାଇଡିଙ୍ଗ୍ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ଜନ ପ୍ରତିନିଧି ଆଇନ ୧୮୬, ୧୮୭ ଏବଂ ଆର୍ମସ୍ ଆକ୍ଟ ଧାରା ୨୫ ଏବଂ ୨୭, ଆଇପିସି ଧାରା ୧୪୭, ୧୪୮ ଏବଂ ୫୦୬ରେ ମାମଲା ରୁଜୁ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details