ଓଡିଶା

odisha

ETV Bharat / state

ସବୁଜ ଶାଢ଼ୀ ପିନ୍ଧି ବୈଠକକୁ ଆସିବାକୁ ମହିଳାଙ୍କୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି - ସମୀର ଦାସଙ୍କ ବିରୋଧରେ ବିକ୍ଷୋଭ କରିବ ମହିଳା ବିଜେପି

ଏସଏଚଜି ବୈଠକକୁ ସବୁଜ ଶାଢ଼ୀ ପିନ୍ଧି ଯିବାକୁ ମହିଳାଙ୍କୁ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ । ମହିଳାଙ୍କୁ ନେଇ ବିଜେଡି ସରକାର ରାଜନୀତି କରିବାକୁ ଚାହୁଁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ସବୁଜ ଶାଢ଼ୀ ପିନ୍ଧି ବୈଠକକୁ ଆସିବାକୁ ମହିଳାଙ୍କୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି
ସବୁଜ ଶାଢ଼ୀ ପିନ୍ଧି ବୈଠକକୁ ଆସିବାକୁ ମହିଳାଙ୍କୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

By

Published : Oct 7, 2022, 9:25 PM IST

ପୁରୀ: ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଏସଏଚଜି ଗୋଷ୍ଠୀର ମହିଳାଙ୍କୁ ବିଜେଡି ସରକାର ଦଳୀୟ କର୍ମୀ ଭବେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା । ଆସନ୍ତା ଅକ୍ଟୋବର 8 ତାରିଖରେ ନିମାପଡାରେ ଅନୁଷ୍ଠିତ ହେବାକୁ ଥିବା ଏସଏଚଜି ଗୋଷ୍ଠୀ ବୈଠକରେ ବିଜୁ ଜନତାଦଳର ଦଳୀୟ ରଙ୍ଗ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଆସିବାକୁ କୁହାଯାଇଥିବା ନେଇ ବିଜେପିର ଅଭିଯୋଗ । ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ମହିଳା ମୋର୍ଚ୍ଚାର ପ୍ରତିନିଧି ମଣ୍ଡଳୀ ।

ସବୁଜ ଶାଢ଼ୀ ପିନ୍ଧି ବୈଠକକୁ ଆସିବାକୁ ମହିଳାଙ୍କୁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ସୂଚନା ଅନୁସାରେ ଆସନ୍ତାକାଲି (ଶନିବାର) ପୁରୀ ଜିଲ୍ଲା ନିମାପଡା ଠାରେ ଏସଏଚଜି ଗୋଷ୍ଠୀ ଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକକୁ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଆସିବାକୁ କୁହାଯାଇଥିବା ଅଭିଯୋଗ କରିଛି ବିଜେପି । ଏସଏଚଜି ମହିଳାଙ୍କ ପାଇଁ କୌଣସି ଡ୍ରେସକୋଡ ନଥିବାବେଳେ ଶାସକ ଦଳ ଏମାନଙ୍କୁ ନେଇ ରାଜନୀତି କରିବାକୁ ଚାହୁଁଛି । ସେଥିପାଇଁ ବିଜେଡିର ଦଳୀୟ ରଙ୍ଗର ଶାଢ଼ୀ ପିନ୍ଧିବା ପାଇଁ କୁହାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ପୁରୀ ଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କ ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଦାବି ପତ୍ର ଦେଇଛନ୍ତି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, "ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଭୂମିକା ଥିବା ନେଇ ଭାଇରାଲ ଅଡିଓରୁ ଜଣାପଡିବା ପରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମିଶନ ଶକ୍ତି ମହିଳାଙ୍କୁ ନେଇ ବୈଠକ କରିବା ଦୁର୍ଭାଗ୍ୟଜନକ । ମନ୍ତ୍ରୀ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ବେଳେ ତାଙ୍କୁ ସୁରକ୍ଷା କରିବା ଓ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ନେଇ ମିଶନ ଶକ୍ତି ବୈଠକ ଆଳରେ ମହିଳାଙ୍କୁ ବ୍ୟବହାର କରିବା ବେନିୟମ ।"

ସରକାର ଓ ସରକାରୀ କଳ ଯେଭଳି ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରୁଛି ତାହାର ପ୍ରତିବାଦରେ ଶନିବାର ନିମାପଡାରେ 100 ଟି ସ୍ଥାନରେ ମନ୍ତ୍ରୀ ସମୀର ଦାସଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି । ଯଦି ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ନଦିଅନ୍ତି ଓ ପୋଲିସ ସଠିକ ତଦନ୍ତ ନକରେ ଆଗାମୀ ଦିନରେ ଆନ୍ଦୋଳନ ରାଜ୍ଯ ସ୍ତରୀୟ କରାଯିବ ବୋଲି ପୁରୀ ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି ।

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

...view details