ଓଡିଶା

odisha

ETV Bharat / state

ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପିର ଧାରଣା

ବିଜେପି ପକ୍ଷରୁ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମୁଖରେ ଧ।ରଣା । ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନୋମୁଖୀ କାର୍ଯ୍ୟ କାର୍ଯ୍ୟ ବିରୋଧରେ ଏହି ଧାରଣା ଦିଆଯାଇଛି ।

I_ BJP PROTEST
ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନମୁଖି କାର୍ଯ୍ୟ ବିରୋଧରେ ବିଜେପିର ଧାରଣା

By

Published : Feb 28, 2020, 10:29 AM IST

Updated : Feb 28, 2020, 10:48 AM IST

ପୁରୀ: ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନୋମୁଖୀ କାର୍ଯ୍ୟ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ଵରେ ଧାରଣା ଦେଇଛି ବିଜେପି । ବିଶେଷକରି ବାତ୍ୟା ଫନି ପରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ 10 କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ମନୋମୁଖୀ ଭ।ବରେ କରାଯାଉଥିବା ଅଭିଯୋଗ ଅ।ଣି ଧାରଣା ଦେଇଥିଲା ବିଜେପି ।

ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନମୁଖି କାର୍ଯ୍ୟ ବିରୋଧରେ ବିଜେପିର ଧାରଣା

ବାତ୍ୟା ପାଇଁ ଆସିଥିବା ଅର୍ଥକୁ ଦଳୀୟ ଭିତ୍ତିରେ ବଣ୍ଟା ଯାଇ ଅର୍ଥକୁ ତୋଷାରପାତ କରାଯାଉଥିବା ଓ ଏଥିରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହମତିରେ ହେଉଥିବା ଅଭିଯୋଗ ଅ।ଣି ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଧାରଣାରତ ବିଜେପି କର୍ମୀଙ୍କୁ ବୁଝାସୁଝା କରିବା ସହିତ ବିନା ଟେଣ୍ଡରରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ନେଇ ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲା ବିଜେପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 28, 2020, 10:48 AM IST

ABOUT THE AUTHOR

...view details