ପୁରୀ:ପୌର ଫାଇଟକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । ତେବେ ପୌର ନିର୍ବାଚନକୁ ନେଇ ପୁରୀ ଜିଲ୍ଲା ପିପିଲି NACରେ ପ୍ରଚାର ଜୋର ଧରିଛି । ବିଜେପି ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନ ଚାଲିଛି । ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଚାର ଚାଲିଛି ପିପିଲିରେ । ସଞ୍ଜ ନଇଁଲେ ହେଉଛି ଘରକୁ ଘର ବୁଲି ପ୍ରଚାର । ପ୍ରମୁଖ ସମସ୍ୟା ଡ୍ରେନେଜ ସମସ୍ୟା, ପରିମଳ ବ୍ୟବସ୍ଥା ସମସ୍ୟାର ସମାଧାନ ବିଜେଡି କରିନାହିଁ ଅଭିଯୋଗ ଆସିଛି ।
ଆଶ୍ରିତ ପଟ୍ଟନାୟକ ନିଜେ ସବୁ ୱାର୍ଡ ବୁଲି ବିଜେପିକୁ ଭୋଟ ଦେଇ ପିପିଲିକୁ ବିକାଶ ରାସ୍ତାରେ ନେବାକୁ ସେ ଅନୁରୋଧ କରୁଛନ୍ତି । ଦୀର୍ଘ ବର୍ଷ ହେବ ବିଜେଡି ହାତରେ ଶାସନ ଭାର ଥିଲେ ମଧ୍ୟ ବିଜେଡି ଦଳ ପିପିଲିକୁ ସବୁବେଳେ ଅବହେଳାରେ ରଖିଥିବା ବିଜେପି ଅଭିଯୋଗ କରିଛି । ପିପିଲି ଭୁବନେଶ୍ୱର ନିକଟରେ ଥିଲେ ମଧ୍ୟ ଯେତିକି ବିକାଶ ହେବା କଥା କିଛି ବି ହୋଇ ନାହିଁ । ନାହିଁ ନାହିଁରେ ରହି ଯାଇଛି ପିପିଲି ।