ଓଡିଶା

odisha

ନିମାପଡାରେ ୧୦୦ ସ୍ଥାନରେ ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

By

Published : Oct 9, 2022, 10:44 AM IST

ନିମାପଡ଼ାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନେତୃତ୍ବରେ ବିଜେଡିର ଶକ୍ତି ପ୍ରଦର୍ଶନ । ସେପଟେ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରି ନିମାପଡାର ୧୦୦ଟି ସ୍ଥାନରେ ସମୀର ଦାଶଙ୍କର କୁଶପୁତ୍ତଳିକା ଦାହ କଲା ବିଜେପି । ଅଧିକ ପଢ଼ନ୍ତୁ

ନିମାପଡାରେ ୧୦୦ ସ୍ଥାନରେ ସମୀର ଦାଶଙ୍କର କୁଶପୁତ୍ତଳିକା ଦାହ କଲା ବିଜେପି
ନିମାପଡାରେ ୧୦୦ ସ୍ଥାନରେ ସମୀର ଦାଶଙ୍କର କୁଶପୁତ୍ତଳିକା ଦାହ କଲା ବିଜେପି

ପୁରୀ: ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଓ ଗିରଫ ଦାବି କରି ବିଜେପି ପକ୍ଷରୁ ନିମାପଡାର ୧୦୦ଟି ସ୍ଥାନରେ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା ଓ ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଇଥିଲା ।

ପୁରୀ ଜିଲ୍ଲା ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ(Dharmendra Sahoo Death Case) ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଡୁଆରେ ପଡିଛନ୍ତି । ଧର୍ମେନ୍ଦ୍ର ସାହୁ ତାଙ୍କର ଜଣେ ବନ୍ଧୁ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହେବା ବେଳେ ଆଗକୁ ଯଦି ତାଙ୍କର ମୃତ୍ୟୁ ହୁଏ ମନ୍ତ୍ରୀ ସମୀର ଦାଶ ଓ ତାଙ୍କର କିଛି ଅନୁଗତ ଲୋକ ଦାୟୀ ରହିବେ ବୋଲି ଫୋନରେ କହିଥିଲେ । ଏହି ଅଡିଓ କ୍ଲିପ୍ ଭାଇରାଲ୍ ପରେ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ସହ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଆସୁଛି ।

ନିମାପଡାରେ ୧୦୦ ସ୍ଥାନରେ ସମୀର ଦାଶଙ୍କର କୁଶପୁତ୍ତଳିକା ଦାହ କଲା ବିଜେପି

ସେପଟେ ଶନିବାର ଜନ ସମ୍ପର୍କ ପଦଯାତ୍ରା (Jan Sampark Padyatra) ବାହାନାରେ ନିମାପଡାରେ ଶକ୍ତି ପ୍ରଦର୍ଶନ କରିଛି ଶାସକ ବିଜୁ ଜନତା ଦଳ । ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନେତୃତ୍ବରେ ଏହି ବିଶାଳ ଜନ ସଂପର୍କ ପଦଯାତ୍ରା ଓ ସମାବେଶ ଆୟୋଜନ କରାଯାଇଛି । ନିମାପଡା ଓ ଗୋପ ଅଞ୍ଚଳର ହଜାର ହଜାର ବିଜେଡି କର୍ମୀ ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇ ଓ ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ନିମାପଡାର ୧୦୦ଟି ସ୍ଥାନରେ ମନ୍ତ୍ରୀ ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନିମାପଡାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ ସମୀର ଦାଶ

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା କହିଛନ୍ତି, "ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ମୁଖ୍ୟ ଦୋଷୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର ହତ୍ୟାକାରୀ ଓ ଯୌନ କେଳେଙ୍କାରୀରେ ଲିପ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ନିମାପଡାରେ ପ୍ରସଙ୍ଗକୁ ଲୋକ ଲୋଚନରୁ ଦୂରେଇ ନେବାକୁ ଜନସମ୍ପର୍କ ପଦଯାତ୍ରା ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମାବେଶ କରାଯାଉଛି । କିନ୍ତୁ ବିଜେପି ମନ୍ତ୍ରୀଙ୍କୁ ଚାଲେଞ୍ଜ ଦେଉଛି । ସାହସ ଅଛି ମନ୍ତ୍ରୀ ବିଜେପି ନେତାଙ୍କ ସହ ଖୋଲା ବିତର୍କ କରନ୍ତୁ ।" ସେହିଭଳି ମନ୍ତ୍ରୀ ସମୀର ଦାଶ ଇସ୍ତଫା ନଦେବା ଯାଏ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details