ଓଡିଶା

odisha

ETV Bharat / state

ଗରିବଙ୍କ ଥାଳିରୁ ଅନ୍ନ ଛଡ଼ାଇ ନେଉଛି କେନ୍ଦ୍ର: ବିଜେଡି - ପୁରୀ ବିଜେଡ଼ି ପକ୍ଷରୁ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ 5 କେଜି ଚାଉଳ କାଟକୁ ନେଇ ବିଜେଡ଼ି ବିକ୍ଷୋଭ ପ୍ରଦର୍ଶନ । ଗରିବଙ୍କ ନାର୍ଯ୍ୟ ଆମର ଦାବି କହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଲା ବିଜେଡ଼ି । ଆଧିକ ପଢ଼ନ୍ତୁ

ଗରିବଙ୍କ ଅଧିକାରର ଆମର ଦାବି
ଗରିବଙ୍କ ଅଧିକାରର ଆମର ଦାବି

By

Published : Feb 16, 2023, 11:02 PM IST

ଗରିବଙ୍କ ଅଧିକାରର ଆମର ଦାବି

ପୁରୀ : କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା 5 କେଜି ଚାଉଳ କାଟକୁ ନେଇ ପୁରୀ ବିଜେଡ଼ି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା । ଗରିବଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଉ ଥିବା ଅଭିଯୋଗ କରିଛି ବିଜେଡ଼ି । ଗରିବଙ୍କ ଅଧିକାରକୁ ନେଇ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ୱର ମହାନ୍ତି ଓ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍ ମହାନ୍ତିଙ୍କ ନେତୃତ୍ୱ ରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପୁରୀର ଟାଉନ୍ ହଲ୍ ଛକରେ ଅନୁଷ୍ଠିତ ଏହି ପ୍ରତିବାଦ ସଭା ରେ ପୁରୀ ବିଜେଡ଼ିର ବହୁ ବରିଷ୍ଠ ନେତା, କର୍ମୀ ଯୋଗ ଦେଇଥିଲା।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ଲୋକଙ୍କୁ ଦିଆଯାଉ ଥିବା ଅତିରିକ୍ତ 5 କେଜି ଚାଉଳ କାଟି ବା ଦ୍ବାରା ଗରିବଙ୍କ ପେଟ ପାଟଣାକୁ ଏହା ପ୍ରଭାବିତ କରିଥାଏ । କୋଭିଡ ଯୋଗୁ ଅନେକ ଲୋକଙ୍କ ଜିବନ ଜୀବିକା ଉଜୁଡ଼ି ଯାଇଥିବା ବେଳେ କୋଟି କୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହି ସମୟ ରେ ଗରିବ ଲୋକ ର ଆହାର ଚାଉଳ କୁ ବନ୍ଦ୍ କରିଦେବା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ବିଜେଡ଼ି ଅଭିଯୋଗ କରିଛି।

କେନ୍ଦ୍ର ସରକାରଙ୍କ ଏହି ଜନ ବିରୋଧି ନିତୀ ପାଇଁ ଓଡ଼ିଶା ର 3 କୋଟି ରୁ ଅଧିକ ଲୋକ ପ୍ରଭାବିତ ହେବେ। କେନ୍ଦ୍ର ସରକାର ସବୁ ବେଳେ ଗରିବ ଲୋକଙ୍କ ସାଥୀ ବୋଲି ପ୍ରଚାର କରୁଥିବା ବେଳେ ଗରିବ ଙ୍କ ଥାଳି ରୁ ଅନ୍ନ ଛଡ଼ାଇ ନେବା ପଛରେ କେନ୍ଦ୍ର ସରକାର ଙ୍କ ଉଦ୍ଦେଶ୍ୟ କଣ ବୋଲି ବିଜେଡ଼ି ପ୍ରଶ୍ନ କରିଛି ? ସେହିପରି ଏହି ନିଷ୍ପତ୍ତି ଦ୍ୱାରା ଚାଷୀ ଙ୍କ ଧାନ କ୍ରୟ ଓ ଏମଏସପି ଉପରେ ଗୁରୁତର ପ୍ରଭାବ ପକାଇବ। କୃଷକ ଙ୍କ ଠାରୁ ଚାଉଳ କିଣା ଯାଇ ପାରିବ ନାହିଁ। କୃଷକଙ୍କ ଠାରୁ ଧାନ କିଣଇବା କମିଯିବ । ଧାନ ବିକ୍ରି ନ ହେଲେ ଚାଷୀ ଫସଲର ର ମୂଲ୍ୟ ପାଇବେ ନାହିଁ। ଫଳରେ କୃଷକଙ୍କ ଆର୍ଥିକ ସ୍ଥିତି ଦୋହଲି ଯିବ।

ସରକାର କମ ଚାଉଳ କିଣିଲେ ବଳକା ଚାଉଳ କେଉଁ ଠାରେ ବିକ୍ରି ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଏଣୁ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା, ଚାଷିଙ୍କ ଫସଲ ର ମୂଲ୍ୟ ପାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଜାରି ରଖିବା ଏକାନ୍ତ ଜରୁରୀ ବୋଲି ବିଜେଡି ଦାବି କରିଛି । ଏହାସହ ଗରିବ ଲୋକଙ୍କୁ ଅତିରିକ୍ତ 5 କେଜି ଚାଉଳ ଦେବାକୁ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁନିଲ୍ ମହାନ୍ତି ଦାବି କରିଛନ୍ତି। ନ ହେଲେ ବିଜେଡ଼ି ଗରିବ ଲୋକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବ ସହ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛନ୍ତି ଯୁବ ବିଜେଡି ନେତା ସୁନିଲ୍ ମହାନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details