ଓଡିଶା

odisha

ETV Bharat / state

କେନ୍ଦ୍ରକୁ ପ୍ରଶ୍ନ ପଚାରୁଛି ବିଜେଡି, କାହିଁକି କାଟିଲ 5 କେଜି ଚାଉଳ ? - ଚାଉଳ କାଟ ନୀତି ବିରେଧରେ ବିଜେଡିର ହଲ୍ଲାବୋଲ

ପୁରୀ ଜିଲ୍ଲାର ପ୍ରତି ପଞ୍ଚାୟତରେ ବିଜେଡିର ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଚାଉଳ କାଟ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଅଧିକ ପଢନ୍ତୁ

ବିଜେଡିର ହଲ୍ଲାବୋଲ
ବିଜେଡିର ହଲ୍ଲାବୋଲ

By

Published : Feb 16, 2023, 10:15 AM IST

ବିଜେଡିର ହଲ୍ଲାବୋଲ

ପୁରୀ: ସହରରେ କେନ୍ଦ୍ର ସରକାର ବିରୋଧରେ ବିଜେଡିର ହଲ୍ଲାବୋଲ । କେନ୍ଦ୍ରସରକାରଙ୍କ ପକ୍ଷରୁ କଟାଯାଇଥିବା ୫କେଜି ଚାଉଳ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି ବିଜେଡି । ବୁଧବାର ରାଜ୍ୟବ୍ୟାପୀ ପଞ୍ଚାୟତ ସ୍ତରରେ ବିଜେଡି ପକ୍ଷରୁ କେନ୍ଦ୍ରସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯାଇଥିଲା । ପୁରୀରେ ବିଜେଡ଼ି ପକ୍ଷରୁ ଜିଲ୍ଲାର ସବୁ ପଞ୍ଚାୟତରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।

ତୁରନ୍ତ କେନ୍ଦ୍ର ବିଜେପି ସରକାର ଲୋକଙ୍କୁ 5 କେଜି ଚାଉଳ ପ୍ରଦାନ କରନ୍ତୁ ବୋଲି ବିଜେଡ଼ି ନେତା ଏବଂ କର୍ମୀମାନେ ଦାବି କରିଥିଲେ । ଯଦି କେନ୍ଦ୍ର ସରକାର ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ: ଅଭିଯୁକ୍ତକୁ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନାଅନୁସାରେ, ପୂର୍ବରୁ କେନ୍ଦ୍ର ସରକାର 5 କେଜି ଚାଉଳ ପ୍ରଦାନ କରୁଥିଲେ । କୋଭିଡ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଉ ଅତିରିକ୍ତ 5 କେଜି ଚାଉଳ ପ୍ରଦାନ୍ କରିଥିଲେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଯୋଗାଇ ଦେଉଥିଲେ । ହେଲେ କୋଭିଡ ସ୍ଥିତି ସୁଧୁରିବା ପରେ ସାରା ଭାରତରେ ସବୁ ରାଜ୍ୟରେ ଅତିରିକ୍ତ 5 କେଜି ଚାଉଳ ଯୋଗାଣ ବନ୍ଦ କରାଯାଇ ପୂର୍ବ ଭଳି 5କେଜି ଚାଉଳ ପ୍ରଦାନ୍ ଆରମ୍ଭ ହୋଇଛି। ଏହାକୁ ବିରୋଧ କରିଛି ବିଜେଡି ।

ଏନେଇ ବିଜେଡ଼ି କହିଛି ଯେ, "କୋଭିଡ ଯୋଗୁଁ ଏବେ ସୁଦ୍ଧା ମଧ୍ୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ରହିଛି। ଓଡ଼ିଶାରେ ଭାତ ପ୍ରଧାନ ଖାଦ୍ୟ । ଗରିବ ଲୋକଟିଏ ପାଇଁ ୫ କେଜି ଚାଉଳ ବେଶ ଗୁରୁତ୍ବ ବହନ କରେ । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ । ଏଣୁ 5 କେଜି ଚାଉଳ କାଟି ଦେଲେ ଲୋକମାନେ ବେଶ ପ୍ରଭାବିତ ହେବେ ।" ଏଣୁ ପୁନର୍ବାର କେନ୍ଦ୍ର ବିଜେପି ସରକାରଙ୍କ ପକ୍ଷରୁ ଓଡ଼ିଶାବାସୀଙ୍କୁ ୫କେଜି ଚାଉଳ ଯୋଗାଇ ଦିଆଯାଉ । ମୋଟ ୧୦ କିଲୋ ଚାଉଳ ଦେବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି ।

ପ୍ରକାଶଥାଉକି, କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଗରିବ ଲୋକଙ୍କ ପାଇଁ ୫ କିଲୋ ଚାଉଳ କାହିଁକି କାଟିଲ ବୋଲି ପ୍ରଶ୍ନ କରିଥିଲେ ବିଜେଡିକର୍ମୀ । ଅନ୍ୟପଟେ ଗତକାଲି ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details