ପୁରୀ: ଜିଲ୍ଲାରେ ଥିବା ଲୁଣାବନ୍ଧର ସୁଦୃଢୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର 132କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କାରେ ପୁରୀ ଜିଲ୍ଲାର 4ଟି ବ୍ଲକ୍ କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, କାକଟପୁର ଓ ଅସ୍ତରଙ୍ଗରେ ଥିବା 41 କିଲୋମିଟର ଲୁଣା ବନ୍ଧର ସୁଦୃଢୀକରଣ କାର୍ଯ୍ୟ କରାଯିବ । ଫଳରେ ବନ୍ୟା, ବାତ୍ୟା, ସମୁଦ୍ର ଉଚ୍ଚ ଜୁଆର ଯୋଗୁଁ ବନ୍ଧ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ।
ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ଲୋକମାନେ ସୁରକ୍ଷିତ ଭାବେ ବସବାସ କରି ପାରିବେ । ସେହିପରି ଜମିରେ ଆଉ ଲୁଣା ପାଣି ମାଡ଼ିବ ନାହିଁ । ଚାଷୀମାନେ ମଧ୍ୟ ଭଲ ଫସଲ କରିପାରିବେ । ପୁରୀ ଜିଲ୍ଲା ପାଇଁ 8ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ସବୁଠୁ ବଡ କଥା ହେଉଛି ଏହି ଲୁଣା ବନ୍ଧ ଯେଭଳି 250 କିଲୋମିଟର ପବନର ବାତ୍ୟା ମଧ୍ୟ ସହ୍ୟ କରିପାରିବ ।" ଲୁଣା ବନ୍ଧ ଅନେକ ସ୍ଥାନରେ ଦୁର୍ବଳ ସ୍ଥିତି ଥିବାରୁ ସମୁଦ୍ର କୁଳ ଅଞ୍ଚଳବାସୀ ସବୁବେଳେ ବନ୍ୟାର ସମ୍ମୁଖୀନ ହୋଇଥାନ୍ତି ।