ଓଡିଶା

odisha

ETV Bharat / state

ବିଜେଡିର ପଦ ଯାତ୍ରା, ସାମିଲ ହେଲେ ସଞ୍ଜୟ ଦାସବର୍ମା - ସାମିଲ ହେଲେ ସଞ୍ଜୟ ଦାସବର୍ମା

ବିଜେଡି ପଦଯାତ୍ରାକୁ ପୁଣି ଫେରିଛନ୍ତି ସଞ୍ଜୟ ଦାସବର୍ମା । ନିର୍ବାଚନରେ ବିଫଳ ହେବା ପରେ 5 ମାସ ହେବ ବ୍ରହ୍ମଗିରି ମାଟି ମାଡିନଥିଲେ ସଞ୍ଜୟ ।

ଡିଜାଇନ ଫଟୋ

By

Published : Oct 31, 2019, 4:10 AM IST

ବ୍ରହ୍ମଗିରି: ସାଧାରଣ ନିର୍ବାଚନରେ ପରାଜୟର ସ୍ୱାଦ ଚାଖି ମନ ମାରିଥିଲେ ସଞ୍ଜୟ ଦାସବର୍ମା ମାତ୍ର 5 ମାସ ପରେ ବ୍ରହ୍ମଗିରି ଆସି ପୁଣି ସାମିଲ ହେଲେ ପଦ ଯାତ୍ରାରେ । ଏହାକୁ ଦେଖି ବେଶ୍ ଉତ୍ସାହିତ କର୍ମୀ । ବୁଧବାର ଦିନ ବ୍ରହ୍ମଗିରି ବ୍ଲକ ରାୟବିଧାର ଛକ ଠାରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇ ଡିମିରିସେଣା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା ।


ସାଧାରଣ ନିର୍ବାଚନରେ ସଞ୍ଜୟଙ୍କ ପରାଜୟ ପରେ 5ମାସ ଧରି ବ୍ରହ୍ମଗିରି ମାଟି ମାଡି ନଥିଲେ ସଞ୍ଚୟ ଦାସବର୍ମା । କର୍ମୀ ମାନେ ଚିନ୍ତାରେ ପଡିଯାଇଥିଲେ। ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ରହ୍ମଗିରି ପଦଯାତ୍ରାରେ ସଞ୍ଜୟଙ୍କ ଯୋଗ ଦାନ ଖବର ପାଇବା ପରେ କର୍ମୀ ମାନେ ଉତ୍ସାହିତ ହୋଇଯାଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରାରେ ସାମିଲ ହୋଇଥିଲେ କର୍ମୀ । ଦୀର୍ଘ 5 କିଲୋମିଟର ପଦ ଯାତ୍ରା ପରେ ସଞ୍ଜୟ କହିଛନ୍ତି କି ପୂର୍ବ ଭଳି ବ୍ରହ୍ମଗିରିର ବିକାଶ କିପରି ହେବ ସେଥିପାଇଁ ମୁଁ ସବୁ ବେଳେ ଚେଷ୍ଟା କରିବି ଏବଂ ଜନସାଧରଙ୍କ ସୁଖଦୁଃଖର ସବୁବେଳେ ସାମିଲ ହୋଇ ରହିବି ।

ବ୍ରହ୍ମଗିିରିରୁ ଦେବାଶିସ ଦାସ, ଇଟିଭି ଭାରତ

ABOUT THE AUTHOR

...view details