ଓଡିଶା

odisha

ETV Bharat / state

ବିଧାୟକଙ୍କୁ ବିରୋଧ କରି ବ୍ଲକ ଅଫିସ ସମ୍ମୁଖରେ ଧାରଣା - ପୁରୀ ଜିଲ୍ଲାପାଳ

ବ୍ରହ୍ମଗିରି ବିଧାୟକଙ୍କୁ ବିରୋଧ କରି ବିଜେଡି ସଭ୍ୟ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଧାୟକଙ୍କ ଯୋଗୁଁ ଫନି କ୍ଷତିଗ୍ରସ୍ତ ସହାୟତା ପାଇବାରୁ ବଞ୍ଚିତ ହେବା ଓ ପଞ୍ଚାୟତ ସମିତି ବୈଠକ ଚାଲୁଥିବା ସମୟରେ ବିଜେପି ସରପଞ୍ଚ କାଗଜ ଭିଡ଼ିବା ପ୍ରତିବାଦରେ ବିଜେଡି ସଭ୍ୟ ଧାରଣା ଦେଇଛନ୍ତି।

bjd-members-protest-in-front-of-brahmagiri-block-office-for-agaitation-of-bramhagiri-mla
ଫଟୋ ସୌଜନ୍ୟ: ପ୍ରତିନିଧି,ବ୍ରହ୍ମଗିରି

By

Published : Dec 17, 2019, 10:00 PM IST

ବ୍ରହ୍ମଗିରି: ବିଧାୟକଙ୍କୁ ବିରୋଧ କରି ବିଜେଡି ସଭ୍ୟ ବ୍ଲକ ଅଫିସ ଆଗରେ ଧାରଣା ଦେଇଛନ୍ତି। ବିଧାୟକଙ୍କ ଯୋଗୁଁ ଫନି କ୍ଷତିଗ୍ରସ୍ତ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ପଞ୍ଚାୟତ ସମିତି ବୈଠକ ଚାଲୁଥିବା ସମୟରେ ବିଜେପି ସରପଞ୍ଚ କାଗଜ ଭିଡ଼ିବା ପ୍ରତିବାଦରେ ବିଜେଡି ସଭ୍ୟ ଧାରଣା ଦେଇଛନ୍ତି।ବ୍ରହ୍ମଗିରି ବ୍ଲକର ପଞ୍ଚାୟତ ସମିତି ବୈଠକ ଚାଲିଥିବା ସମୟରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟ କୈଳାଶ ପରିଡା ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଫନି କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶରେ ବନ୍ଦ କରାଯାଇଛି।

ବ୍ରହ୍ମଗିରି ବିଧାୟକଙ୍କୁ ବିରୋଧ କରି ବିଜେଡି ସଭ୍ୟଙ୍କ ବ୍ଲକ ଅଫିସ ସମ୍ମୁଖରେ ଧାରଣା

ବ୍ରହ୍ମଗିରି ବିଧାୟକ ଓ ପୁରୀ ବିଧାୟକଙ୍କ ଆନ୍ଦୋଳନ ପାଇଁ ହୋଇଛି ବୋଲି ବିଜେଡି ସଭ୍ୟ ଅଭିଯୋଗ କରିଛନ୍ତି। ଏହାର ଉତ୍ତର ରଖି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି ଯେ, ସେମାନେ ଜିଲ୍ଲାପାଳଙ୍କୁ ବ୍ରହ୍ମଗିରିର ସମସ୍ତ ଫନି କ୍ଷତିଗ୍ରସ୍ତ କିପରି ସହାୟତା ପାଇପାରିବେ ସେଥିପାଇଁ ଅଭିଯୋଗ କରିଥିଲେ। ଏହି ସମୟରେ ବିଜେପି ସମର୍ଥିତ ସରପଞ୍ଚ ହଠାତ ଉଠି ଯାଇ ବିଡ଼ିଓଙ୍କ ପାଖରେ ଥିବା ସମସ୍ତ କାଗଜପତ୍ରକୁ ଭିଡି ଆଣିଥିଲେ।ଏହି କାର୍ଯ୍ୟକୁ ବିରୋଧ କରି ବିଜେଡି ସଭ୍ୟ ସରପଞ୍ଚ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି। ଏହା ସହ ବିଧାୟକ ଓ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରି ସଭାରୁ ଉଠି ଆସିଥିଲେ। ବିଜେଡି ସଭ୍ୟ ଏକତ୍ରୀତ ହୋଇ ବିଡ଼ିଓଙ୍କ କାଯ୍ୟାଳୟ ସମୁଖରେ ଧାରଣା ଦେଇ ନାରାବାଜି କରିଛନ୍ତି।


ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ABOUT THE AUTHOR

...view details