ଓଡିଶା

odisha

ETV Bharat / state

ବୁଲାବୁଲି ସହ ଦାମୀ ମୋବାଇଲ ଅଫର କରୁଥିଲେ ସମୀର: ଜ୍ୟୋସ୍ନାରାଣୀ - ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତ୍ରୀ

ବିଜେଡି ବିଧାୟକ ସମୀର ଦାଶଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତ୍ରୀ। ସମୀର ଦାମୀ ମୋବାଇଲ ଅଫର କରିବା ସହିତ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଜ୍ୟୋସ୍ନାରାଣୀ । ଅଧିକ ପଢନ୍ତୁ

jyotshnarani alleges against Sameer
ସମୀରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

By ETV Bharat Odisha Team

Published : Oct 14, 2023, 10:26 PM IST

ସମୀରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ପୁରୀ: ବଢିଲା ନିମାପଡା ବିଧାୟକ ସମୀର ଦାସଙ୍କ ଅଡୁଆ । ବିଜେଡି ବିଧାୟକ ସମୀର ଦାସଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତ୍ରୀ । ସମୀର ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିବା ଜ୍ୟୋସ୍ନାରାଣୀ ପୁଣି ପୁରୀ ସାଇବର ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି । ବିଧାୟକ ସମୀର ଦାସଙ୍କ କିଛି ସମର୍ଥକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଫଟୋ ନେଇ ଅଶ୍ଳୀଳ କମେଣ୍ଟ କରିବା ସହ ଏହାକୁ ଭାଇରାଲ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଜ୍ୟୋସ୍ନାରାଣୀ ଦାବି କରିଛନ୍ତି । ଏହାସହ ବିଧାୟକ ସମୀର ଦାସଙ୍କ ବିରୋଧରେ ଆହୁରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଜ୍ୟୋସ୍ନାରାଣୀ ଗଣମାଧ୍ୟମରେ ଅଭିଯୋଗ କରି କହିଛନ୍ତି, "ବିଧାୟକ ସମୀର ଦାସ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ପାଇଁ ପରୋକ୍ଷରେ କହିଥିଲେ । ତାଙ୍କୁ ଦାମୀ ମୋବାଇଲ ଗିଫ୍ଟ ଦେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ତାଙ୍କ ସହ ଭୁବନେଶ୍ଵର ଯାଇ ବୁଲାବୁଲି କରିବା ପାଇଁ ବାରମ୍ବାର କହିଥିଲେ ।" ହେଲେ ଏହାକୁ ସେ ବିରୋଧ କରିଥିବା କହିଛନ୍ତି । ବିଧାୟକ ସମୀର ଦାଶଙ୍କ ବିରୋଧରେ ଜ୍ୟୋସ୍ନାରାଣୀଙ୍କ ଏଭଳି ବିସ୍ଫୋରକ ବୟାନ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନ ତଳେ ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଜୀବନ ହାରିବା ପଛରେ ବିଧାୟକ ସମୀର ଦାସଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିବାଦରେ ଥିବା ସମୀର ଦାସ ବର୍ତ୍ତମାନ ଆହୁରି ବିବାଦୀୟ ହୋଇପଡିଛନ୍ତି ।

ଏହା ବି ପଢନ୍ତୁ...ନିମାପଡା ବିଧାୟକ ସମୀର ଦାସଙ୍କ ପିଛା ଛାଡୁନି ବିବାଦ, ହତ୍ୟା ଧମକ ଅଭିଯୋଗ ଆଣିଲେ ବିଜେଡି ନେତ୍ରୀ

ଏହି ବିବାଦକୁ ନେଇ ବିଧାୟକ ସମୀର ଦାସଙ୍କ ମନ୍ତ୍ରୀ ପଦ ଚାଲିଯାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହି ମାମଲା ଏବେ ଥଣ୍ଡା ପଡିନଥିବାବେଳେ ପୁଣି ନିମାପଡ଼ାର ବିଜେଡି ନେତ୍ରୀ ସମୀରଙ୍କ ନାଁରେ ଏଭଳି ଅଭିଯୋଗ ଆଣିବା ପରେ ଏବେ ଆହୁରି ବିବାଦ ଉପୁଜିଛି । ତେବେ "ବିଧାୟକ ସମୀର ଦାସଙ୍କ ଚାପର ବଶବର୍ତ୍ତୀ ହୋଇ ନିମାପଡ଼ା ଓ ଗୋପ ପୋଲିସ ଉପଯୁକ୍ତ ତଦନ୍ତ କରୁନାହାନ୍ତି" ବୋଲି ଜ୍ୟୋସ୍ନା ରାଣୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ଏବେ ମୁଁ ବହୁତ ମାନସିକ ଚାପରେ ରହୁଛି । ପୁରୀ ଏସପି ଏହି ମାମଲାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। " ସେପଟେ ଜ୍ୟୋସ୍ନାରାଣୀଙ୍କ ଅଭିଯୋଗ ବାବଦରେ ବିଧାୟକ ସମୀର ଦାଶ ଅବା ପୁରୀ ଏସପିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details