BJDFoundationDay: ଦଳକୁ ନେଇ ବଡ ଭବିଷ୍ୟତବାଣୀ କଲେ, ଶ୍ରୀକ୍ଷେତ୍ରରୁ ନିର୍ବାଚନ ଶଙ୍ଖଫୁଙ୍କିଲେ ନବୀନ ପୁରୀ: ବିଜୁ ଜନତା ଦଳ ଆଜି ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି (BJDFoundationDay) । ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।
ଏହାବି ପଢନ୍ତୁ- YearEnder 2022: ଚିକିତ୍ସା କ୍ଷେତ୍ରରେ ଚମତ୍କାର, ଜଟିଳ ରୋଗର ସରଳ ଉପଚାର ଦିଗରେ ସଫଳ ଭାରତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଉଦବୋଧନ ଦେଇ କହିଛନ୍ତି । ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ। ମୋତେ ସଦାବେଳେ ଅନ୍ୟ ଦଳର ନେତାମାନେ ସଂସଦରେ, ବିଭିନ୍ନ ବୈଠକରେ କୁହନ୍ତି କି ବିଜେଡି ଏକ ସଫଳତ ଆଞ୍ଚଳିକ ରାଜନୈତିକ ଦଳ । ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ ।
ଏହାବି ପଢନ୍ତୁ- କାଇଯୋଡା ଜଳପ୍ରପାତ: 150ଫୁଟ୍ ଉଚ୍ଚରୁ ଝରୁଛି ଜଳ, ମନମୋହୁଛି ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ
ଗୋଟିଏ ଗୋଟିଏ ମୁଖ୍ୟ କର୍ତ୍ତବ୍ୟ ହେଉଛି–ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବା କରିବା । ମୁଁ ଜାଣେ ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଆମ ରାଜ୍ୟ ଓ ରାଜ୍ୟବାସୀ । ଓଡିଶାର ସ୍ବାର୍ଥ, ଓଡିଶାର ଉନ୍ନତି, ଓଡିଶାର ଗୌରବ, ଓଡିଶାର ଭାଷା, ଓଡିଶାର ସଂସ୍କୃତି, ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି। ସେହିପରି ନବୀନ କହିଛନ୍ତି ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ । ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ । ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି ।
ଗତ ୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ ସାରା ବିଶ୍ବ ତାହା ଜାଣିଛି ଓ ଦେଖୁଛି । ଆହ୍ଵାନ କରୁଛି ,ଅନୁରୋଧ କରୁଛି, ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡିଶା ମା ର ସେବା କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ଆସନ୍ତୁ, ବହୁ ସଂଖ୍ୟାରେ ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ। ମା ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେବର୍ଷ ବି ସେବା କରି ଚାଲିବ ବୋଲି କହିଛନ୍ତି । ପ୍ରତିଷ୍ଠା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ବିଧାୟକ, ସାଂସଦ ମନ୍ତ୍ରୀ, କର୍ମୀ, ସମସ୍ତ ଛାମୁଆ ସଂଗଠନର ସଦସ୍ୟ ପୁରା ବିଜୁ ଜନତା ଦଳ ସାମିଲ ହୋଇଥିଲା ।
ଏହାବି ପଢନ୍ତୁ- Pragya Thakur Statement: ଲଭ ଜିହାଦକୁ ବିଜେପି ନେତ୍ରୀଙ୍କ ଟାର୍ଗେଟ, କହିଲେ ଘରେ ରଖ ଧାରୁଆ ଅସ୍ତ୍ର
ସୂଚନାଯୋଗ୍ୟ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଅନ୍ତେ 26 ଡିସେମ୍ବର 1997 ରେ ତାଙ୍କରି ନାମରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଏହାର ପ୍ରତିଷ୍ଠା ସଭାପତି ନବୀନ ପଟ୍ଟନାୟକ ଥିବାବେଳେ ଆଜି ପର୍ଯ୍ୟନ୍ତ ଦଳର ନେତୃତ୍ବ ନେଇଆସୁଛନ୍ତି । ଗତ 23 ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଛି ।
ଇଟିଭି ଭାରତ, ପୁରୀ