ପୁରୀ: ପାଖେଇ ଆସୁଛି ପୌର ନିର୍ବାଚନ। ଏନେଇ ସହରାଞ୍ଚଳ ରାଜନୀତିରେ ଉଷ୍ମତା ଦେଖା ଦେଇଛି । ନିର୍ବାଚନୀ ପ୍ରଚାରରେ ପୁରୀ ଜିଲ୍ଲା ନିମାପଡ଼ା ଏନଏସି ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ସନ୍ଧ୍ୟା ଯାଏ ପ୍ରାର୍ଥୀ ମାନେ ଘରକୁ ଯାଇ କ୍ୟାମ୍ପେନ କରୁଛନ୍ତି । ପୁରୀ ଜିଲ୍ଲାର ନିମାପଡ଼ା ଏନଏସି ବିଜେଡିର ଦୁର୍ଗ ଥିବା ବେଳେ ଏହାକୁ ବଜାୟ ରଖିବା ପାଇଁ ବିଜେଡି ପକ୍ଷରୁ ସ୍ବତନ୍ତ୍ର ରଣନୀତି କରାଯାଇ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର ଜାରି ରହିଛି।
Municipal Election: ନିମାପଡ଼ାରେ ଜମୁଛି BJD ପ୍ରଚାର - ନିମାପଡ଼ାରେ ବିଜେଡିର ପ୍ରଚାର
ପାଖେଇ ଆସୁଛି ପୌର ନିର୍ବାଚନ । ଏନେଇ ସହରାଞ୍ଚଳ ରାଜନୀତିରେ ଉଷ୍ମତା ଦେଖା ଦେଇଛି । ନିର୍ବାଚନୀ ପ୍ରଚାରରେ ପୁରୀ ଜିଲ୍ଲା ନିମାପଡ଼ା ଏନଏସି ଚଳଚଞ୍ଚଳ ହୋଇ ଉଠିଛି। ଅଧିକ ପଢ଼ନ୍ତୁ
ନିମାପଡ଼ା ଏନଏସିର ପ୍ରମୁଖ ସମସ୍ୟା ଥିବା ଡ୍ରେନେଜ ସମସ୍ୟା, ଜମିଜମା ସମସ୍ୟା ସମେତ ବିଭିନ୍ନ ମୌଳିକ ସମସ୍ୟାକୁ ସମାଧାନ କରାଯିବ ବୋଲି ବିଜେଡି ପ୍ରାର୍ଥୀ ମାନେ ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି । ନିମାପଡ଼ା ଏନଏସିରେ 11ଟି ୱାର୍ଡ ଥିବା ବେଳେ ଏଥର ବିଜେଡି ବିପୁଳ ବିଜୟ ହାସଲ କରିବ ବୋଲି ପ୍ରାର୍ଥୀମାନେ ଆଶାବାଦୀ ଅଛନ୍ତି । ବିଗତ ଦିନରେ ହୋଇଥିବା ବହୁ ବିକାଶ ମୂଳକ କାର୍ଯ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଜନସାଧାରଣ ପାଇଥିବା ସୁଫଳ ହେତୁ ଚଳିତ ଥର ମଧ୍ୟ ନିମାପଡ଼ା ବିଜେଡି ହାତକୁ ଯିବ ବୋଲି କହିଛନ୍ତି ପ୍ରାର୍ଥୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ