ଓଡିଶା

odisha

ETV Bharat / state

ପୁରୀରେ ବିଜେଡିର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଦାଖଲ କଲେ ହେଭିୱେଟ ନେତା - ପୁରୀ

ବିଜେଡିର ଶକ୍ତି ପ୍ରଦର୍ଶନ। ହଜାର ହଜାର ସମର୍ଥକଙ୍କ ଭିଡରେ ଜନସମୁଦ୍ର ପାଲଟିଲା ପୁରୀ ସହର। ଏଭଳି କିଛି ଦୃଶ୍ୟ ବୁଧବାର ପୁରୀରେ ଦେଖିବାକୁ ମିଳିଥିବା ବେଳେ, ବିଶାଳ ଶୋଭାଯାତ୍ରା ଆଉ ପାଟ ପଟୁଆରରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ହେଭିୱେଟ ପ୍ରାର୍ଥୀ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : Apr 4, 2019, 3:56 AM IST

ପୁରୀ: ବିଜେଡିର ଶକ୍ତି ପ୍ରଦର୍ଶନ। ହଜାର ହଜାର ସମର୍ଥକଙ୍କ ଭିଡରେ ଜନସମୁଦ୍ର ପାଲଟିଲା ପୁରୀ ସହର। ଏଭଳି କିଛି ଦୃଶ୍ୟ ବୁଧବାର ପୁରୀରେ ଦେଖିବାକୁ ମିଳିଥିବା ବେଳେ, ବିଶାଳ ଶୋଭାଯାତ୍ରା ଆଉ ପାଟ ପଟୁଆରରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ହେଭିୱେଟ ପ୍ରାର୍ଥୀ। ବିକାଶକୁ ମୁଖ୍ୟ ମୁଦ୍ଦା କରିବା ସହ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ, କେନ୍ଦ୍ରୀୟ ଅବହେଳା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବ୍ୟକ୍ତ କରିଛନ୍ତି ନେତା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ମହିଳା, ଯୁବ, ଛାତ୍ର, କୃଷକ ସଂଗଠନର କର୍ମୀମାନଙ୍କ ସମେତ ହଜାର ହଜାର ବିଜେଡି ସମର୍ଥକ ମାନଙ୍କ ଗହଣରେ ପୁରୀ ଜିଲ୍ଲା ବିଜେଡିର ହେଭିୱେଟ ନେତାମାନେ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରୁ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି ଏକା ସଙ୍ଗେ ବାହାରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସେହିଭଳି ନିମାପଡାରୁ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିର ଦଳୀୟ ପ୍ରାର୍ଥୀ ଭାବେ ସମୀର ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ପିପିଲି ପାଇଁ ପ୍ରଦୀପ ମହାରଥୀ ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଉମାକାନ୍ତ ସାମନ୍ତରାୟ ମଧ୍ୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିକାଶକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନେତାମାନେ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ, କେନ୍ଦ୍ରୀୟ ଅବହେଳା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶାବ୍ୟକ୍ତ କରିଛନ୍ତି।

ତେବେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ, ବିରୋଧି କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details