ଓଡିଶା

odisha

ETV Bharat / state

ବିଶ୍ବ ଐତିହ୍ୟ ସପ୍ତାହ ଆରମ୍ଭ - ଆରମ୍ଭ ହେଲା ବିଶ୍ବ ଐତିହ୍ୟ ସପ୍ତାହ

ପୁରାତନ କୀର୍ତ୍ତିରାଜିର ସୁରକ୍ଷା, ଏହା ପ୍ରତି ସଚେତନତା ଓ ନୂତନ ପିଢ଼ିଙ୍କ ଜାଣିବା ପାଇଁ ପ୍ରତିବର୍ଷ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ନଭେମ୍ବର ମାସରେ ଏକ ସପ୍ତାହ ବ୍ୟାପୀ ପାଳନ କରାଯାଏ ବିଶ୍ବ ଐତିହ୍ୟ ସପ୍ତାହ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 20, 2019, 3:12 PM IST

ପୁରୀ: ବୁଧବାରଠୁ ଆରମ୍ଭ ହୋଇଛି ବିଶ୍ବ ଐତିହ୍ୟ ସପ୍ତାହ।ପୁରାତନ କୀର୍ତ୍ତିରାଜିର ସୁରକ୍ଷା, ଏହା ପ୍ରତି ସଚେତନତା ଓ ନୂତନ ପିଢ଼ିଙ୍କ ଜାଣିବା ପାଇଁ ପ୍ରତିବର୍ଷ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ନଭେମ୍ବର ମାସରେ ଏକ ସପ୍ତାହ ବ୍ୟାପୀ ପାଳନ କରାଯାଏ ବିଶ୍ବ ଐତିହ୍ୟ ସପ୍ତାହ।

ଓଡ଼ିଶା ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବିଶ୍ବ ଐତିହ୍ୟ ସପ୍ତାହ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ବ ବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ବବିତ୍ ବିଭାଗର ମୁଖ୍ୟ ପ୍ରଫେସର ଡ଼କ୍ଟର ସଞ୍ଜୟ ଆଚାର୍ଯ୍ୟ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟ ପ୍ରତ୍ନତତ୍ବବିତ୍ ସୁପରିଟେଣ୍ଡେଣ୍ଟ ଅରୁଣ ମଲିକ, ସହାୟକ ସୁପରିଟେଣ୍ଡେଣ୍ଟ ଗୌତମୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସପ୍ତାହ ପାଇଁ ପର୍ଯ୍ୟଟକଙ୍କ ପରିଦର୍ଶନ ନିମନ୍ତେ ପ୍ରତ୍ନତାତ୍ବିକ ଓ ପୁରୁଣା ଐତିହ୍ୟର ଫଟୋଚିତ୍ର ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details