ଓଡିଶା

odisha

By

Published : Oct 9, 2021, 1:17 PM IST

Updated : Oct 9, 2021, 4:21 PM IST

ETV Bharat / state

ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳିତ

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମବାର୍ଷିକୀ । ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ବାର ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପୁରୀ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳନ
ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳନ

ପୁରୀ: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 145ତମ ଜନ୍ମଦିନ । ପୁରୀରେ ଗୋପବନ୍ଧୁଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ଉପ ଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଂହଦ୍ବାରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଗୋପବନ୍ଧୁଙ୍କ ତ୍ୟ‍ାଗ ଓ ବଳିଦାନର ପଟାନ୍ତର ନାହିଁ । ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ପ୍ରାତଃ ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ସମାଜସେବୀ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।

ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳନ

ଉତ୍କଳମଣି ଗୋପବନ୍ଧୁ ଦାସ ୧୮୭୭ ଅକ୍ଟୋବର ୯ ତାରିଖରେ ପୁରୀସ୍ଥିତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଙ୍ଗଠକ, ସଂସ୍କାରକ ଏବଂ ସାହିତ୍ୟିକ ଥିଲେ । ସେ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ସ୍ବାଧୀନତା ସଂଗ୍ରାମ ହେଉ ଅବା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ସବୁ କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ।

ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳିତ

ସେପଟେ ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର ଶରତ ଜୟସିଂ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଉମାବଲ୍ଲଭ ମହାପାତ୍ର, ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଛନ୍ତି । ତେବେ ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ କୋରୋନା ଯୋଦ୍ଧାଭାବେ ସାମ୍ବାଦିକ ସ୍ବର୍ଗତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରିୟବାସିନୀ କରଙ୍କୁ ରାଜ୍ୟ ସରକାରଙ୍କ ସହାୟତାମୂଳକ ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ପୁରୀରେ ଉତ୍କଳମଣିଙ୍କ ଜନ୍ମବାର୍ଷିକୀ ପାଳିତ

ପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୁଭାଷ ଚନ୍ଦ୍ର ନାଥଶର୍ମା ସାକ୍ଷୀଗୋପାଳ ବସଷ୍ଟାଣ୍ତ ସ୍ଥିତ ପଞ୍ଚସଖା ପୀଠ, ବକୁଳବନ, ସମାଧିପୀଠ, ସତ୍ୟବାଦୀ ହାଇସ୍କୁଲ ଓ ସୁଆଣ୍ତୋସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଥିବା ପ୍ରତିପୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ଅତିରିକ୍ତ ଜିଲ୍ଲାପାଳ ନାଥ ଶର୍ମା ଗୋପବନ୍ଧୁଙ୍କ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ବୁଲି ଦେଖି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହି ଅବସରରେ ସତ୍ୟବାଦୀ ମଣ୍ତଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଗୋପବନ୍ଧୁଙ୍କ ଅଣନାତି ଧିରେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 9, 2021, 4:21 PM IST

ABOUT THE AUTHOR

...view details