ଓଡିଶା

odisha

ETV Bharat / state

ବ୍ରହ୍ମଗିରି ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ - ବ୍ରହ୍ମଗିରିରେ ପକ୍ଷୀ ଗଣନା ଆରମ୍ଭ

ଚିଲିକା ଉପକୂଳବର୍ତ୍ତୀ ବାହ୍ୟ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ । ନିୟୋଜିତ ଅଛନ୍ତି ବ୍ରହ୍ମଗିରି ରେଞ୍ଜରେ 4ଟି ଦଳରେ 30ଜଣ କର୍ମୀ । ଅଧିକ ପଢନ୍ତୁ...

bird counting
ବ୍ରହ୍ମଗିରି ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

By

Published : Jan 8, 2020, 3:09 PM IST

ବ୍ରହ୍ମଗିରି: ଚିଲିକା ଉପକୂଳବର୍ତ୍ତୀ ବାହ୍ୟ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟରେ ବ୍ରହ୍ମଗିରି ରେଞ୍ଜରେ 4ଟି ଦଳରେ 30ଜଣ କର୍ମୀ ନିୟୋଜିତ ଅଛନ୍ତି ।

ବ୍ରହ୍ମଗିରି ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଚିଲିକା ଉପକୂଳବର୍ତ୍ତୀ ବାହ୍ୟ ଚିଲିକାରେ ବିଭିନ୍ନ ଜିଲ୍ଲାରେ ଚଳିତ ମାସ 3 ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା । ପାଗ ଅନୁକୂଳ ନଥିବା ହେତୁ ବ୍ରହ୍ମଗିରି ରେଞ୍ଜରେ ବୁଧବାର ଦିନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି ।

4ଟି ଦଳ ଗଠନ କରାଯାଇ ବାହ୍ୟ ଚିଲିକା କୂଳବର୍ତ୍ତୀ ଗୋଲରା, ବୁଢ଼ାକେରା, ସୁନାମୁହିଁ, କପିଳେଶ୍ବରପୁର, ଖଜୁରୀଆ ଓ କାଠୁଆଡି ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଛି । ଏଥିରେ ପୁରୀ ଡିଏଫଓ, ଏସିଏଫ, ବ୍ରହ୍ମଗିରି ରେଞ୍ଜର, ପକ୍ଷୀ ବିଶାରଦ ଓ ପରିବେଶବିତଙ୍କ ସହ ପ୍ରାୟ 30 ଜଣ କର୍ମୀ ନିୟୋଜିତ ଅଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details