ଓଡିଶା

odisha

ETV Bharat / state

ସ୍ବର୍ଗଦ୍ବାରରେ ଲୁଟେରାଙ୍କ ରାଜ୍‌, CCTVରେ କଏଦ ହେଲା କାରନାମା - ପୁରୀରେ ଚୋରି

ସ୍ଵର୍ଗଦ୍ଵାର ଅଞ୍ଚଳରୁ ଅନେକ ବାଇକ୍ ଓ ମୋବାଇଲ ବାରମ୍ବାର ଚୋରି ହେବାର ଅଭିଯୋଗ । ଅଧିକ ପଢନ୍ତୁ

bikes and mobiles frequently loot in Swargadwar area
ପୁଣି ଲୁଟେରାଙ୍କ ରାଜ, ଲୋକଙ୍କ ଠାରୁ ଲୁଟ କରୁଛନ୍ତି ଟଙ୍କା ଓ ବାଇକ

By

Published : Aug 31, 2022, 10:11 AM IST

Updated : Aug 31, 2022, 10:26 AM IST

ପୁରୀ:ସ୍ଵର୍ଗଦ୍ଵାରରେ ପୁଣି ଲୁଟେରାଙ୍କ ରାଜ । ରାତିରେ ଲୋକଙ୍କ ଠାରୁ ଲୁଟ କରୁଛନ୍ତି ଟଙ୍କା ଓ ବାଇକ୍ । ସିସିଟିଭିରେ ଲୁଟର ଦୃଶ୍ୟ କଏଦ ହୋଇଛି । ସ୍ଵର୍ଗଦ୍ଵାର ଅଞ୍ଚଳରୁ ଅନେକ ବାଇକ୍ ଓ ମୋବାଇଲ ବାରମ୍ବାର ଚୋରି ହେବାର ଅଭିଯୋଗ ଆସୁଥିଲା । ଗତ ୨୭-୮-୨୨ ରାତିରେ ଗୋପ ଅଞ୍ଚଳର ସରଜୁ ବେହେରା ନାମକ ଜଣେ ବ୍ୟକ୍ତି ସ୍ଵର୍ଗଦ୍ଵାର ବିଶ୍ରାମ ସ୍ଥାନରେ ଶୋଇଥିବା ବେଳେ କିଛି ସମୟ ପରେ ତାଙ୍କ ପଛ ପକେଟରେ ରଖିଥିବା ପ୍ରାୟ ୧୫ହଜାର ଟଙ୍କାର ମୋବାଇଲକୁ କେହି ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ସେ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ଅଫିସରେ ଜଣାଇବା ପରେ ସେବକମାନେ ସ୍ଵର୍ଗଦ୍ଵାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚରୁ ଟଙ୍କା ଚୋରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପୁଣି ଲୁଟେରାଙ୍କ ରାଜ, ଲୋକଙ୍କ ଠାରୁ ଲୁଟ କରୁଛନ୍ତି ଟଙ୍କା ଓ ବାଇକ

ଅନ୍ୟପଟେ ପରେ ସେହି ବ୍ୟକ୍ତି ଆଉ ଜଣଙ୍କ ସହିତ ମିଶି ସ୍ଵର୍ଗଦ୍ଵାର ବାହାରେ ଥିବା ମୁଖ୍ୟ ସେବକ ଓ ଅନ୍ୟ ଜଣଙ୍କ ଗାଡ଼ିକୁ ଖୋଲିବାକୁ ଦୀର୍ଘ ସମୟ ଧରି ଚେଷ୍ଟା କରି ବିଫଳ ହୋଇପଳାଇ ଯାଇଥିଲେ । ଏନେଇ ସମୁଦ୍ରକୂଳ ଥାନାରେ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ତରଫରୁ ଏହି ଫୁଟେଜକୁ ଅଧିକ ତଦନ୍ତ ପାଇଁ ଦିଆଯାଇଛି । ତେବେ ସ୍ଵର୍ଗଦ୍ଵାର ଠାରେ ମାଦକ ଦ୍ରବ୍ୟ ସେବନ, ଗଣ୍ଡଗୋଳ,ଚୋରି ଇତ୍ୟାଦିକୁ ରୋକିବା ପାଇଁ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଭ୍ରୁକ୍ଷେପ ନ କରି ଲୁଟେରା ମାନେ ସକ୍ରିୟ ହୋଇ ପଡିଛନ୍ତି । ଏନେଇ ସ୍ଵର୍ଗଦ୍ଵାରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Aug 31, 2022, 10:26 AM IST

ABOUT THE AUTHOR

...view details