ଓଡିଶା

odisha

ETV Bharat / state

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପିପିଲିରେ 29 ହଜାର ପରିବାରକୁ ମିଳିବ ଲାଭ

ପିପିଲିରେ 29 ହଜାର ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ । ବିଭିନ୍ନ ବ୍ଲକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଅଧିକ ପଢ଼ନ୍ତୁ...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପିପିଲିରେ 29 ହଜାର ପରିବାରକୁ ମିଳିବ ଲାଭ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପିପିଲିରେ 29 ହଜାର ପରିବାରକୁ ମିଳିବ ଲାଭ

By

Published : Oct 7, 2021, 10:27 PM IST

ପୁରୀ: ପିପିଲିରେ 29 ହଜାର ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ । ବିଭିନ୍ନ ବ୍ଲକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ବ୍ଲକରେ ଏହି ହେଲଥ କାର୍ଡର ଶୁଭାରମ୍ଭ କରିଥିବାବେଳେ ପୁରୀ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ ମଧ୍ୟ ଏହା ଲାଗୁ ହୋଇଛି । ପିପିଲିରେ ଏନେଇ ସ୍ୱତନ୍ତ୍ର ସଭା ମଧ୍ୟ ଅନୁଷ୍ଠିତ ହୋଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପିପିଲିରେ 29 ହଜାର ପରିବାରକୁ ମିଳିବ ଲାଭ

ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପିପିଲିର ଇନ୍ଦିରା ମଇଦାନରେ ହିତାଧିକାରୀମାନଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଏହି ହେଲଥ କାର୍ଡ ଦ୍ବାରା ହିତାଧିକାରୀମାନେ ମାଗଣାରେ ଚିକିତ୍ସା ପାଇପାରିବେ ବୋଲି ବିଧାୟକ କହିଛନ୍ତି । ପୁରୁଷମାନେ 5 ଲକ୍ଷ ଓ ମହିଳାମାନେ 10 ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟବୀମା ପାଇ ପାରିବେ। ପିପିଲି ବ୍ଳକରେ 29 ହଜାରରୁ ଅଧିକ ପରିଵାର ଏହାଦ୍ୱାରା ଉପକୃତ ହେବେ। ଓଡ଼ିଶା ଓ ଓଡିଶା ବାହାରେ ସରକାରୀ ଓ ବେସରକାରୀ 2 ଶହ ହସ୍ପିଟାଲରେ ଏହି ହେଲଥ କାର୍ଡ ଦେଖାଇ ବୀମା ଅନୁଯାୟୀ ଚିକିତ୍ସା ସେବା ପାଇ ପାରିବେ ହିତାଧିକାରୀ ।


ପିପିଲି ଇନ୍ଦିରା ମଇଦାନରେ ଆୟୋଜିତ ଏହି ଭର୍ଚୁଆଲ ବୈଠକରେରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details