ପୁରୀ: ବେଆଇନ କରତ କଳ ଉପରେ ଭୁବନେଶ୍ବର ଭିଜିଲାନ୍ସର ଚଢାଉ । ଚଢାଉ ସମୟରେ ବିପୁଳ ପରିମାଣର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ । ସୂଚନାମୁତାବକ, ପୁରୀ ଜିଲ୍ଲା ତୁଳସୀପୁର ଠାରେ ଚାଲିଥିବା କେତେକ ବେଆଇନ କରତ କଳ ଉପରେ ଭିଜିଲାନ୍ସର ଏକ ଟିମ୍ ଏବଂ ପୁରୀ, ଗୋପ, କୋଣାର୍କ ବନ ବିଭାଗ ଅଧିକାରୀ ମାନେ ମିଳିତ ଭାବେ ଚଢାଉ କରି କରିଥିଲେ ।
ତେବେ କୌଣସି ସୂତ୍ରରୁ ଖବର ପାଇ କରତ କଳ ମାଲିକମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଫେରାର ପୂର୍ବରୁ କରତ କଳର ଯନ୍ତ୍ରାଂଶ ଗୁଡିକ ସେମାନେ ଲୁଚାଇ ଦେଇ ପଳାଇ ଥିବାରୁ ପ୍ରଶାସନ ପକ୍ଷରୁ ଏହା ଜବତ ହୋଇ ପାରି ନାହିଁ । କିନ୍ତୁ ଜଣେ ମାଲିକ ଓ ଜଣେ କର୍ମଚାରୀଙ୍କୁ ଅଟକ ରଖାଯାଇଛି ।