ପୁରୀ:5ଟି ସଚିବଙ୍କୁ କାଳିମାଡ ଘଟଣାରେ ମୁହଁ ଖୋଲିଲେ କାଳିମାଡ କରିଥିବା ଭାସ୍କର । କାହିଁକି ଭିକେ ପାଣ୍ଡିଆନଙ୍କ ଉପରକୁ କାଳି ଫିଙ୍ଗିଲେ ଭାସ୍କର ? କଣ ରହିଛି ଏହା ପଛର କାରଣ ? ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି କି ? ଏମିତି ଅନେକ ପ୍ରଶ୍ନ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଥାନାରୁ ଫେରି ସ୍ପଷ୍ଟୀକରଣ ରଖିଛନ୍ତି ଭାସ୍କର । ଏହି ଘଟଣା ପଛରେ କୌଣସି ରାଜନୈତିକ ଶତ୍ରୁତା ନୁହଁ ବରଂ ଦୀର୍ଘ ଦିନ ହେବ ପ୍ରଶାସନ ଓ ସରକାରଙ୍କ ଦ୍ବାରା ଅଞ୍ଚଳର ସମସ୍ୟାର ସମାଧାନ ନ ହେବାରୁ ପ୍ରତିବାଦ ସ୍ୱରୂପ ଏହି କାଳିମାଡ କରିଥିବା କହିଛନ୍ତି । କାଳିମାଡ ଯୋଗୁଁ ମୁଁ 5ଟି ସଚିବଙ୍କୁ କ୍ଷମା ମାଗିବାକୁ ଅନିଚ୍ଛା ପ୍ରକାଶ କରିବା ସହ ପୁରୀ ଜିଲ୍ଲାପାଳଙ୍କୁ କ୍ଷମା ମାଗିଛନ୍ତି ଭାସ୍କର ସାହୁ ।
ସେ କହିଛନ୍ତି, ‘‘କାଳିମାଡ କରିବା ତରିକା ଭୁଲ ଅଟେ, କିନ୍ତୁ ମୁଁ ନିରୁପାୟ ହୋଇ ଏହି ପନ୍ଥା ଅବଲମ୍ବନ କରିଛି । ଘର ବୁଡି ପାଣି ଆଣ୍ଠୁଏ ହେବାରୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୋର ଅଧିକାରୀ ସାବ୍ୟସ୍ତ କରିଛି । ଆଞ୍ଚଳିକ ସମସ୍ୟାର ସମାଧାନ ନହେବା, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ନହେବା, ରାଜ୍ୟ ଜଟିଳ ଦିଗକୁ ଗତି କରିବା, ବ୍ୟକ୍ତିଗତ ସଚିବରୁ ପଦ ମର୍ଯ୍ୟାଦାକୁ ଅପବ୍ୟବହାର କରି ଆଜି ଓଡିଶା ଶାସନ ବ୍ୟବସ୍ଥାକୁ ହାଇଯାକ କରିଛନ୍ତି 5ଟି ସଚିବ । ଓଡିଶାବାସୀଙ୍କ ପ୍ରତି ତାଙ୍କର ଏହି ଦୁର୍ବ୍ୟବହାର କାର୍ଯ୍ୟ ଯୋଗୁଁ ମୁଁ ତାଙ୍କୁ ବାଧ୍ୟ ହୋଇ ଅସମ୍ମାନିତ କରିଛି ।
ଏହା ମଧ୍ୟ ପଢନ୍ତୁ-'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି'
ଏହା ଘଟଣା ପଛରେ ବିଜେପିର ହାତ ଥିବା କୁହାଯାଇଥୁବା ବେଳେ ଭସ୍କର କହିଛନ୍ତି ଯେ, ବିଜେଡି ହେଉ କି ବିଜେପି ମୋର କାହା ସହିତ ସମ୍ପର୍କ ନାହିଁ । ଏହି ଘଟଣାରେ କୌଣସି ରାଜନୈତିକକରଣ ନକରିବାକୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି । ମୁଁ ପ୍ରଫେସନାଲ ଏଲଆଇସି ଏଜେଣ୍ଟ ଭାବେ କାମ କରେ, ସାମାଜିକ କାମ ପ୍ରତି ମଧ୍ୟ ପ୍ରେରିତ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବୁବେଳେ କାର୍ଯ୍ୟ କରିଆସୁଛି । ହେଲେ ସମସ୍ୟା ସମାଧାନ କରିବାରେ ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି । ଦୟା ନଦୀ ଓ ମହାନଦୀରେ ବିଭିନ୍ନ କଳ କାରଖାନାର ବର୍ଜ୍ୟ ଜଳ ଛଡାଯିବା, ନଦୀ ଜଳକୁ ପ୍ରଦୂଷଣ କରାଯିବା ଏବଂ ଏହାର ସୁରକ୍ଷା ଦିଗରେ ସରକାର କୌଣସି ପଦକ୍ଷେପ ନନେବାରୁ ମୁଁ ପ୍ରତିବାଦ କରିଛି । ଏହି କାର୍ଯ୍ୟ ପାଇଁ ତାଙ୍କ ପତ୍ନୀ ଓ କିଛି ବ୍ୟକ୍ତି ସମର୍ଥନ ଦେଇ ଥିବାରୁ ସେ ଧନ୍ୟବାଦ୍ ଦେଇଛନ୍ତି ।