ଓଡିଶା

odisha

ETV Bharat / state

ପୁରୀ ବେଳାଭୂମିରେ ଆରମ୍ଭ ହେବ ବିଚ୍ କନେକ୍ଟ - ସୁନ୍ଦର ହେବ ପୁରୀ ସମୁଦ୍ରକୂଳ

ସୁନ୍ଦର ହେବ ପୁରୀ ସମୁଦ୍ରକୂଳ । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି ଚମକିବ ସମୁଦ୍ର ବେଳାଭୂମି । ଅଧିକ ପଢ଼ନ୍ତୁ

ପୁରୀ ବେଳାଭୂମିରେ ଆରମ୍ଭ ହେବ ବିଚ୍ କନେକ୍ଟ
ପୁରୀ ବେଳାଭୂମିରେ ଆରମ୍ଭ ହେବ ବିଚ୍ କନେକ୍ଟ

By

Published : Apr 16, 2022, 5:56 PM IST

ପୁରୀ :ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଅଣ୍ଟା ଭିଡ଼ିଛି ପୁରୀ ଜିଲ୍ଲା ପ୍ରଶାସନ । ଏନେଇ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଯାହାର ନାମ ରହିଛି ବିଚ୍ କନେକ୍ଟ (Beach connect)। ଏହି ବିଶେଷ କାର୍ଯ୍ୟକ୍ରମ ପ୍ରତି ରବିବାର ପୁରୀ ବେଳାଭୂମିରେ ସକାଳେ ଅନୁଷ୍ଠିତ ହେବ । ତେବେ ଆସନ୍ତାକାଲି ରବିବାର ଠାରୁ ଏହି କାର୍ଯ୍ୟକ୍ରମ ଉଦଘାଟନ ହେବ । ବେଳାଭୂମିକୁ ସଫା ରଖିବା ପର୍ଯ୍ୟଟକ, ଦୋକାନୀ, ପୁରୀ ସହରବାସୀଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

ପୁରୀ ବେଳାଭୂମିରେ ଆରମ୍ଭ ହେବ ବିଚ୍ କନେକ୍ଟ

ସକାଳ 5 ଟା 30 ରୁ 6ଟା 30 ଯାଏଁ ବେଳାଭୂମି ସଫେଇ କାର୍ଯ୍ୟ ହେବ । ପରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଚ ଭଲିବଲ୍, କୁଇଜ, ଫଟୋଗ୍ରାଫି କମ୍ପିଟେସନ, ହେଲଥ ଚେକ ଅପ କ୍ୟାମ୍ପ, ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ଦ୍ୱାରା ବେଳାଭୂମି ସଫେଇ ସମେତ ଲୋକମାନେ ନିଜର ସ୍ୱାସ୍ଥ୍ୟ କିଭଳି ସୁରକ୍ଷିତ ରହିବ ସେନେଇ ସଚେତନ କରାଯିବ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଵ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଦିଆଯିବ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details