ପୁରୀ:ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ସହ ଜଡ଼ିତ ପରମ୍ପରା । ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହିତ ଯୋଡ଼ି ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରା । ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ‘ବାଡିନୃସିଂହ’ ବିଜେ ।
ପ୍ରତି ବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡି ନୃସିଂହ ନଗରକୁ ବିଜେ କରିଥାନ୍ତି । ବାଡ଼ିନୃସିଂହ ଶ୍ରୀମନ୍ଦିର ଦକ୍ଷିଣୀ ଘରୁ ବାହାରି ନଗର ପରିକ୍ରମା ଚାରି ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ଅଙ୍ଗିରା, ଭୃଗୁ, ମାର୍କଣ୍ଡେୟ ଓ ପଣ୍ଡୁ ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି । ପରେ ବିଭିନ୍ନ ସାହିରେ, ଛକରେ ଠାକୁରଙ୍କ ପକ୍ତିଂ ଭୋଗ ହୋଇଥାଏ । ବାଡିନୃସିଂହ ବିଜେ ପରେ ମହାମାରୀ ଆୟତ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଜି ବାଡିନୃସିଂହ ବିଜେ ପରେ ଭକ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଏହି କରୋନା ମହାମାରୀର ବିନାଶ କରିବେ । ବାଡିନୃସିଂହ ବିଜେ ପରେ ରୋଗ ସବୁ ଆୟତ୍ତକୁ ଆସିଥାଏ ।