ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡିଓ ଭାଇରାଲ୍ ଘଟଣା, ଗିରଫ ହେଲା ବାଂଲାଦେଶୀ ଯୁବକ - ମହଙ୍ଗା ପଡିଲା ଫଟୋ ଓ ଭିଡ଼ିଓ ଭାଇରାଲ୍

ମହଙ୍ଗା ପଡିଲା ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବା । ପୁରୀ ସିଂହଦ୍ଵାର ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍ ଗଲା ବାଂଲାଦେଶୀ ଯୁବକ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍ ଘଟଣା, ଗିରଫ ହେଲେ ବାଂଲାଦେଶୀ ଯୁବକ
ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍ ଘଟଣା, ଗିରଫ ହେଲେ ବାଂଲାଦେଶୀ ଯୁବକ

By

Published : Nov 28, 2022, 9:50 PM IST

ପୁରୀ: ମହଙ୍ଗା ପଡିଲା ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ । ପୁରୀ ସିଂହଦ୍ଵାର ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍ ଗଲା ବାଂଲାଦେଶୀ ଯୁବକ । ତେବେ ଗିରଫ ଅଭିଯୁକ୍ତ ହେଉଛି ବାଂଲାଦେଶର ଆକାଶ ଚୌଧୁରୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଆକାଶ ଠାରୁ ଗୋଟିଏ ମୋବାଇଲ ଫୋନ ସହ ବାଂଲାଦେଶୀ ପାସପୋର୍ଟ ଜବତ କରିଛି ପୋଲିସ ।

ତେବେ ସୂଚନା ମୁତାବକ ଗତ ୧୯ ତାରିଖରେ ଆକାଶ ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ନିଜ ଫେସବୁକ୍ ଏବଂ ୟୁଟ୍ୟୁବରେ ଭାଇରାଲ୍‌ କରିଥିଲା। କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆକାଶ ମନ୍ଦିର ଭିତରକୁ ମୋବାଇଲ ନେବା ସହ ଗର୍ଭଗୃହ ଭିତରୁ ଚତୁର୍ଦ୍ଧା ବିଗ୍ରହଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରିବାରେ ସଫଳ ହୋଇଥିଲା ବୋଲି ଲେଖିଥିଲା ।

ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ, ଏକାଦଶୀ ସେବା ସଂଘ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ଏନେଇ ପୋଲିସ ଏହି ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆକାଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ଇଟିଭି ଭାରତ , ପୁରୀ

ABOUT THE AUTHOR

...view details