ଓଡିଶା

odisha

ETV Bharat / state

ଶ୍ରୀଜୀଉଙ୍କ ବନକଲାଗି ନୀତି, 4 ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ - puri shree mandir

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ସେଥିପାଇଁ ଅପରାହ୍ନରେ 4 ଘଣ୍ଚା କାଳ ମହାପ୍ରଭୁଙ୍କ ଦର୍ଶନ କରି ପାରିବେନି ଭକ୍ତ।

ଫାଇଲ ଫଟୋ

By

Published : Apr 11, 2019, 12:41 PM IST

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଅପରାହ୍ନ 4ଟାରୁ ରାତି 8ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ 4 ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦତ୍ତ ମହାପାତ୍ର ସେବକ ମାନେ ଶ୍ରୀବିଗ୍ରହଙ୍କ ସେବା କରିବେ। ବନକ ଲାଗି ନୀତି ନିମନ୍ତେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି ।

ଅପରାହ୍ନରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଦତ୍ତ ମହାପାତ୍ର ସେବକ ମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭ ଗୃହକୁ ପ୍ରବେଶ କରିବେ। ତେବେ ବନକ ଲାଗି ପାଇଁ ହିଙ୍ଗୁଳା , ହରିତାଳ , ଶଙ୍ଖ , କେଶର , କର୍ପୂର , କଇଥ ଅଠା , କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details