ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାରକୁ ନା, କଟକଣା ଲଗାଇଲା ପ୍ରଶାସନ

Ban On Polythene in Jagannath Temple: ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଡ଼ା କଟକଣା ଲାଗୁ ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 15, 2023, 5:53 PM IST

ban on polythene in jagannath temple
ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଟକଣା

ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଟକଣା

ପୁରୀ:ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ ପୁଣି ଲାଗିଲା କଟକଣା । ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପଲିଥିନ ବ୍ୟବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଲିଥିନ ଉପରେ କଟକଣା ଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ବ ଦେଉନଥିଲେ । ବର୍ତ୍ତମାନ ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ବନ୍ଦ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ତେବେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଫୁଲ, ଭୋଗ ସାମଗ୍ରୀ ପଲିଥିନରେ ନେବା ପରିବର୍ତ୍ତେ କପଡା ବ୍ୟାଗରେ ନେବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଶ୍ରୀମନ୍ଦିର ଭିତରେ ସେବାୟତମାନେ ମଧ୍ୟ ପଲିଥିନ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।‌ ବିକଳ୍ପ ବ୍ୟାଗ ଭାବେ କପଡ଼ାରେ ପ୍ରସ୍ତୁତ ବ୍ୟାଗ୍ ଅବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ହେଉଥିବା ବ୍ୟାଗ୍ ବ୍ୟବହାର କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି ।

ଏହା ବି ପଢନ୍ତୁ...ନୂଆବର୍ଷକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆଇଜି

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ସିଂହଦ୍ବାରରେ ଅଦ୍ଭୁତ ଦୃଶ୍ୟ; ମୂଷା କହୁଛି ଜୟ ଜଗନ୍ନାଥ

ଏହା ବି ପଢନ୍ତୁ...୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପହିଲି ଭୋଗ ନୀତି, ପ୍ରସ୍ତୁତି ଜୋରଦାର

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିରରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁନଥିଲେ। ଫଳରେ ଫୁଲ ଏବଂ ଭୋଗ ସାମଗ୍ରୀ ନେବା ଆଣିବାରେ ବିପୁଳ ପଲିଥିନ ବ୍ୟବହାର ହେଉଛି ।‌ ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି । ଏଣୁ ପୁରୀ ସହରର ସୌନ୍ଦର୍ଯ୍ୟ ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ପ୍ରଶାସନର ଏଭଳି ନିୟମକୁ ସେବାୟତମାନେ ସ୍ବାଗତ କରିଛନ୍ତି ।‌ "ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଉଭୟ ସେବାୟତ ଓ ଭକ୍ତମାନେ ମାନିବା ଉଚିତ" ବୋଲି ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି । ତେବେ ଶ୍ରୀମନ୍ଦିରରେ ପଲିଥନ ବ୍ୟାନ ପରେ ପରିବେଷ ପ୍ରଦୂଷଣ କମିବ ବୋଲି ଆଶା ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details