ପୁରୀ: ଶ୍ରୀମନ୍ଦିର ପରିସରରେ ପାନ ଗୁଟଖା ସେବନ ମନା । ଆଜିଠାରୁ ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ଲାଗିଲା କଟକଣା । ପାନ ଗୁଟଖାକୁ ବ୍ଯାନ୍ କଲା ଶ୍ରୀମନ୍ଦିର ପ୍ରଶାସନ । ଆଜିଠୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟଖା ସେବନ ବାରଣକୁ ମଧ୍ୟ କଡାକଡି ଭାବେ ପାଳନ କରାଯିବ । ତେବେ ବରାହ ପୁରାଣ ଆଧାରରେ ଏହି କଟକଣା ଲାଗୁ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ଆଜିଠୁ ଶ୍ରୀମନ୍ଦିରରେ ଲାଗୁ ହେଲା ନୂଆ ନିୟମ । ମନ୍ଦିର ମଧ୍ୟରେ ପାନ ଗୁଟଖା ଖାଇବା କିମ୍ବା ଛେପ ପକାଇବା ବ୍ୟାନ । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟଖା ସେବନ ବାରଣକୁ ମଧ୍ୟ କଡାକଡି ଭାବେ ପାଳନ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେ କହିଛନ୍ତି,"ଶ୍ରୀମନ୍ଦିର ମଧ୍ୟରେ ପାନ ଗୁଟଖା ସେବନକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ। ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ଯବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ଭିତରେ ସେବାୟତ, ପୁଲିସ, ଭକ୍ତ ଆଦି କେହି ପାନ ଗୁଟଖା ଖାଇପାରିବେ ନାହିଁ ।'' ତେବେ ଏହି ନିୟମ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଏହାମଧ୍ୟ ପଢନ୍ତୁ...Dress Code For Devotees: ହାପପ୍ୟାଣ୍ଟ ପିନ୍ଧି ଆସିଥିଲେ, ଆଜି ବି ଧୋତି ପିନ୍ଧାଇ ଦେଲେ