ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି - ଶ୍ରୀମନ୍ଦିରରେ ବାମନ ଜନ୍ମ

ଶ୍ରୀମନ୍ଦିରର ଆଜି (ମଙ୍ଗଳବାର) ଅନୁଷ୍ଠିତ ହେଉଛି ବାମନ ଜନ୍ମ ନୀତି । ପ୍ରତି ବର୍ଷ ଭାଦ୍ରବ ମାସ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ଏହି ନୀତି ପାଳନ କରାଯାଏ। ଏହି ନୀତି ପାଇଁ ମଙ୍ଗଳବାର 4 ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 10, 2019, 6:06 PM IST

ପୁରୀ: ମଙ୍ଗଳବାର ହେଉଛି ଭାଦ୍ରବ ଦ୍ଵାଦଶୀ ବା ବାମନ ଦ୍ବାଦଶୀ । ଏହି ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସଵ ଓ ଗୁରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ପାଳନ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ମଧ୍ୟାହ୍ନରେ ପ୍ରଭୁ ନାରାୟଣଙ୍କୁ ବାମନ ଭାବେ ଅଭିହିତ କରାଯାଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଜନ୍ମ ନୀତି ପାଳନ ହୋଇଥାଏ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥି ସହିତ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ମଧ୍ୟାହ୍ନ ଧୂପ ପରେ ଅପରାହ୍ନ 4ଟାରୁ ରାତି 8 ଯାଏଁ 4 ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details