ଓଡିଶା

odisha

ETV Bharat / state

କଟକଣାକୁ ଫୁ, ଖୋଲିଲା ବାଲି ହରଚଣ୍ଡୀ ମନ୍ଦିର - Bali harchandi temple reopened

ସରକାରୀ କଟକଣାକୁ ଖାତିର ନ କରି ଖୋଲାଗଲା ବାଲି ହରଚଣ୍ଡୀ ମନ୍ଦିର । ଦିନ ତମାମ ମନ୍ଦିରକୁ ଯାଇ ଦର୍ଶନ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

କଟକଣାକୁ ଫୁ, ଖୋଲିଲା ବାଲି ହରଚଣ୍ଡୀ ମନ୍ଦିର
ସରକାରୀ କଟକଣା ସତ୍ତ୍ବେ ଖୋଲିଲା ବାଲି ହରଚଣ୍ଡୀ ମନ୍ଦିର

By

Published : Dec 25, 2020, 9:09 PM IST

ବ୍ରହ୍ମଗିରି:ସରକାରୀ କଟକଣାକୁ ଫୁ । କଟକଣା ସତ୍ତ୍ବେ ଖୋଲାଗଲା ବାଲି ହରଚଣ୍ଡୀ ମନ୍ଦିର । କୋରୋନା ଯୋଗୁଁ ଦୀର୍ଘ ଦିନ ହେଲା ରାଜ୍ୟରେ ସମସ୍ତ ମନ୍ଦିର ବନ୍ଦ ଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ 23 ତାରିଖରେ ସମସ୍ତ ମନ୍ଦିର ଖୋଲାଯାଇଥିଲା । ହେଲେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଡିସେମ୍ବର 25, 31 ଏବଂ ଜାନୁୟାରୀ 1 ତାରିଖରେ ମନ୍ଦିର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ମନ୍ଦିର ନିକଟରେ ଏକ ବ୍ୟାନର ମଧ୍ୟ ଟଙ୍ଗା ଯାଇଥିଲା ।

ସରକାରୀ କଟକଣା ସତ୍ତ୍ବେ ଖୋଲିଲା ବାଲି ହରଚଣ୍ଡୀ ମନ୍ଦିର

ମାତ୍ର 25 ତାରିଖ ଅର୍ଥାତ ଶୁକ୍ରବାର ଦିନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦିନ ତମାମ ମନ୍ଦିର ଖୋଲାଯାଇ ଭକ୍ତମାନେ ନିର୍ଦ୍ବନ୍ଦ୍ବରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିଛନ୍ତି । ଏପରିକି କିଛି ଭକ୍ତ ମୁହଁରେ ମାସ୍କ ବ୍ୟବହାର ମଧ୍ୟ କରିନାହାନ୍ତି । କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ନ ଥିବାବେଳେ କେବଳ ଗୋଟିଏ ବ୍ୟାନର ଟାଣି ଦେଇ ନିଜର କାର୍ଯ୍ୟ ତୁଲାଇ ଦିଆଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details