ଓଡିଶା

odisha

ETV Bharat / state

ବଳଙ୍ଗା ଦୁଷ୍କର୍ମ ଘଟଣା, ପୀଡିତାଙ୍କ ବୟାନରେ ରହୁନି ତାଳମେଳ - balanga rape case issue

ବଳଙ୍ଗା ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି। ପୀଡିତାଙ୍କ ବୟାନରେ ତାଳମେଳ ରହୁନଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

balanga rape case issue
ବଳଙ୍ଗା ଦୁଷ୍କର୍ମ ଘଟଣା, ପୀଡିତାଙ୍କ ବୟାନରେ ରହୁନି ତାଳମେଳ

By

Published : Jan 4, 2020, 11:38 PM IST

ପୁରୀ: ବଳଙ୍ଗା ଦୁଷ୍କର୍ମ ଘଟଣାରେ ନୂଆମୋଡ ନେବାରେ ଲାଗିଛି । ଏପଟେ ବଳଙ୍ଗା ASI ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ଉମାଶଙ୍କର ଦାସ। ପୀଡିତାଙ୍କ ବୟାନରେ ତାଳମେଳ ରହୁନଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

ଏସପି କହିଛନ୍ତି, ଗତ ତିନି ମାସ ତଳେ ପୀଡିତା ଏକ ଘରୋଇ ମାମଲା ନେଇ ବଳଙ୍ଗା ଥାନା ଆସିଥିଲେ। ଅଭିଯୁକ୍ତ ଚିତ୍ତରଞ୍ଜନ ପୀଡିତାଙ୍କୁ ମାମଲାରେ ସାହାଯ୍ୟ କରିବା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରାଯିବା ସହ ନିଲମ୍ବିତ କରାଯାଇଛି। ପୀଡିତାଙ୍କ ବୟାନରେ ତାଳମେଳ ରହୁନାହିଁ। ଥାନାରେ ଅଭିଯୋଗରେ ଦୁଷ୍କର୍ମ କଥା ଲେଖିଥିବା ବେଳେ ପୋଲିସ ତଦନ୍ତରେ ଅନ୍ୟ କିଛି କଥା କହୁଛନ୍ତି।

ବଳଙ୍ଗା ଦୁଷ୍କର୍ମ ଘଟଣା, ପୀଡିତାଙ୍କ ବୟାନରେ ରହୁନି ତାଳମେଳ

କାହିଁକି ଓ କ’ଣ ପାଇଁ ପୀଡିତାଙ୍କ ବୟାନରେ ତାଳମେଳ ରହୁନି ସେ ନେଇ ତଦନ୍ତ ହେଉଛି । ସେହିପରି ପୀଡିତା ଡାକ୍ତରୀ ମାଇନା ଚାହିଁଲେ କରିପାରିବେ। ସେ ଅଧିକାର ଆଇନରେ ରହିଛି । ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details