ଓଡିଶା

odisha

ETV Bharat / state

ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ନେଇ ପ୍ରସ୍ତୁତି ଜୋରଦାର

ତିନି ରଥର ଦକ୍ଷିଣ ମୋଡ କରାଯିବା ପରେ ଆସନ୍ତାକାଲି(ଗୁରୁବାର) ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଜନ୍ମବେଦୀରେ କାଳିଆ ସାଆନ୍ତଙ୍କୁ ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ ।

By

Published : Jul 10, 2019, 7:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶରଧା ବାଲିରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରା, ବଡଭାଇ ବଳଭଦ୍ର ପରେ ଆଜି ଶ୍ରୀଜୀଉଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ବାରକୁ ଅଣାଯାଇଥିଲା । ଏପଟେ ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା 7ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ପରେ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ କରିପାରିବେ। ଏହା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାରିକେଡ ନିର୍ମାଣ ସହ 45 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ପୁରୀ ଏସପି ଉମାଶଙ୍କର ସୂଚନା ଦେଇଛନ୍ତି ।

ସେହିପରି ଦଇତାପତି ଜେଟିପି ମଧ୍ୟରେ ଲାଗି ରହିଥିବା ବିବାଦ ଘଟଣାକୁ ନେଇ ନୀତିକାନ୍ତିରେ ବିଳମ୍ବ ହେବ ନାହିଁ ବୋଲି ସେ କହିଛନ୍ତି । ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିବା ବେଳେ ସବୁ କିଛି ଶୃଙ୍ଖଳାରେ ସମାପନ ନେଇ ଏପସି ଆଶା ବ୍ୟକ୍ତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details