ଓଡିଶା

odisha

ETV Bharat / state

ବାହୁଡିବେ ମହାବହୁ, ଉତ୍କଣ୍ଠାରେ ଭକ୍ତଙ୍କ ମନ - bahuda jatra

୯ ଦିନ ଧରି ଶ୍ରୀମନ୍ଦିରକୁ ଛାଡି ଯାଇଥିବା ଶ୍ରୀଜିଉ ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦାତା, ପୁରୀ

By

Published : Jul 12, 2019, 10:44 AM IST

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀମହାବାହୁ । ୯ ଦିନ ଧରି ଶ୍ରୀମନ୍ଦିରକୁ ଛାଡି ଯାଇଥିବା ଶ୍ରୀଜିଉ ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ । ମାଉସୀ ମା ଘରେ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଥିରେ ଧରି ବାହୁଡିବେ । ଯାହାକୁ ଚାହିଁ ରହିଛନ୍ତି ସମସ୍ତେ । ମହାବାହୁଙ୍କ ମହାଦର୍ଶନ ପାଇଁ ଅପଲକ ନୟନରେ ଚାହିଁ ବସିଛି ଭକ୍ତ ।

ଭିଡିଓ ସୌଜନ୍ୟ:ସମ୍ବାଦାତା, ପୁରୀ

ବାହୁଡା ଯାତ୍ରାକୁ ନେଇ ଏବେ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କ ମନରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ କଣ ରହିଛି ସେମାନଙ୍କ ପ୍ରତିକ୍ରିୟା । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ତାପସ ପରିଡା ।

ABOUT THE AUTHOR

...view details