ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲା ବିଜେପିର ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । ୨-୩ ଦିନ ମଧ୍ୟରେ ବଗଲା ଧର୍ମଶାଳାର ଜମି ବିକ୍ରି ସେଲ ଦଲିଲ ରଦ୍ଦ ନହେଲେ ଶ୍ରୀମନ୍ଦିର ସିଂହଦ୍ୱାରରୁ ଭୁବନେଶ୍ୱର ନବୀନ ନିବାସକୁ ପଦଯାତ୍ରା ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବଗଲା ଧର୍ମଶାଳା ସମ୍ମୁଖରେ ହେଉଥିବା ଆନ୍ଦୋଳନକୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ।
ବଗଲା ଧର୍ମଶାଳା ଜମି ବିବାଦ, ୧୯ ଦିନରେ ପହଞ୍ଚିଲା ଜିଲ୍ଲା ବିଜେପିର ଆନ୍ଦୋଳନ - Bagla Dharamsala land dispute
ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲା ବିଜେପିର ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । ଧର୍ମଶାଳାର ଜମି ବିକ୍ରି ସେଲ ଦଲିଲ ରଦ୍ଦ ନହେଲେ ଶ୍ରୀମନ୍ଦିର ସିଂହଦ୍ୱାରରୁ ଭୁବନେଶ୍ୱର ନବୀନ ନିବାସକୁ ପଦଯାତ୍ରା ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଦାନସୂତ୍ରରେ ମିଳିଥିବା ବଗଲା ଧର୍ମଶାଳାର ଜମିକୁ ଶ୍ରୀମନ୍ଦିର ଚୌହଦିର ୭୫ମିଟର ସୁରକ୍ଷା ଜୋନ୍ ଅଞ୍ଚଳରେ ବିସ୍ଥାପିତ ଲଜିଂ ମାଲିକଙ୍କୁ ବିକ୍ରି କରିବା ମାମଲାରେ ବିଜେପି ପକ୍ଷରୁ ବିକ୍ଷୋଭ ଜାରି ରହିଛି । ବଗଲା ଧର୍ମଶାଳା ଜମିକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ବିଚାରଧୀନ ରହିଛି । ସେହିପରି ଧର୍ମଶାଳା ଜମି ପ୍ଲଟିଂ କରାଯାଇ କିଭଳି ବିକ୍ରି କରାଗଲା, ଦାନ ସୂତ୍ରରେ ମିଳିଥିବା ଜମି ବିକ୍ରି ବେଆଇନ ହୋଇଥିବାରୁ ତୁରନ୍ତ ବିକ୍ରି ହୋଇଥିବା ପ୍ଲଟର ସେଲ ଡ଼ିଡ଼୍ ରଦ୍ଦ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଲୋକଙ୍କ ପାଇଁ ବଗଲା ଧର୍ମଶାଳା ବଞ୍ଚାଓ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ