ଓଡିଶା

odisha

ETV Bharat / state

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ; ଅଷ୍ଟମ ଦିନରେ ବିଜେପିର ଧାରଣା - ପୁରୀ ଖବର

ପୁରୀ ବଗଲା ଧର୍ମଶାଳା ଜମିବିକ୍ରି ରଦ୍ଦ ଦାବିରେ ବିଜେପି ପକ୍ଷରୁ ଚାଲିଥିବା ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଧୀରେ ଧୀରେ ଧାରଣା ତୀବ୍ର ହେଉଥିବା ବେଳେ ଦଳ ତାର ଦାବି ଶକ୍ତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Bagala dharmasala land
Bagala dharmasala land

By

Published : Aug 28, 2020, 5:21 PM IST

ପୁରୀ: ବଗଲା ଧର୍ମଶାଳା ଜମିବିକ୍ରି ରଦ୍ଦ ଦାବିରେ ବିଜେପି ପକ୍ଷରୁ ଚାଲିଥିବା ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଦାନସୂତ୍ରରେ ମିଳିଥିବା ବଗଲା ଧର୍ମଶାଳାର ଜମିକୁ ଶ୍ରୀମନ୍ଦିର ଚୌହଦିର ୭୫ମିଟର ସୁରକ୍ଷା ଜୋନ ଅଞ୍ଚଳରେ ଥିବା ବିସ୍ଥାପିତ ଲଜିଂ ମାଲିକଙ୍କୁ ବିକ୍ରି କରିବା ମାମଲାରେ ପ୍ରଶାସନର ସ୍ପଷ୍ଟୀକରଣ ପରେ ମଧ୍ୟ ବିକ୍ଷୋଭ ଜାରି ରହିଛି।

ବଗଲା ଧର୍ମଶାଳା ପ୍ରସଙ୍ଗ; ଅଷ୍ଟମ ଦିନରେ ବିଜେପିର ଧାରଣା

ଜିଲ୍ଲା ବିଜେପିର ବିକ୍ଷୋଭ ଅଷ୍ଟମ ଦିନରେ ପହଁଚିଥିବାବେଳେ ଆଜି ଧର୍ମଶାଳା ସମ୍ମୁଖରେ ନାରାବାଜୀ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଦଳ । ଜମିବିକ୍ରି ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ମାମଲା ବିଚାରଧୀନ ଥିବାବେଳେ ଧର୍ମଶାଳା ଜମି ପ୍ଲଟିଂ କରାଯାଇ କିଭଳି ବିକ୍ରି କରାଗଲା,ଦାନ ସୂତ୍ରରେ ମିଳିଥିବା ଜମି ବିକ୍ରି ବେଆଇନ ହୋଇଥିବାରୁ ତୁରନ୍ତ ବିକ୍ରି ହୋଇଥିବା ପ୍ଲଟର ସେଲ ଡିଡ ରଦ୍ଦ କରିବାକୁ ବିଜେପି ଦାବି କରିଛି ।

ବିଶେଷ କରି ଭକ୍ତଙ୍କ ଉଦେଶ୍ୟରେ ଥିବା ଜମିକୁ ସଦୁପଯୋଗ ନକରି ଲଜିଂ ମାଲିକଙ୍କ ହାତକୁ ଟେକି ଦେବା ନେଇ ବିଜେପି କଡା ସମାଲୋଚନା କରିଛି ସରକାରଙ୍କୁ। ଆଜି ଧରଣାରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଜିଲ୍ଲା ବିଜେପିର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details