ଓଡିଶା

odisha

ETV Bharat / state

ବଡଦାଣ୍ଡ ଉତ୍ସବ: କଣ୍ଢେଇ ନାଚ ପାଲଟିଛି ମୁଖ୍ୟ ଆକର୍ଷଣ - ବଡଦାଣ୍ଡ ଉତ୍ସବ

ବଡଦାଣ୍ଡ ଉତ୍ସବରେ ଅନେକ କଳାକାର ବେଶ୍‌ ଉତ୍ସାହର ସହ ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରିଥିଲେ । ଫଳରେ ଆଧ୍ୟାତ୍ମିକ ହୋଇ ଉଠିଥିଲା ଶ୍ରୀକ୍ଷେତ୍ରର ପରିବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 25, 2019, 2:07 PM IST

ପୁରୀ: ପ୍ରତି ରବିବାର ଭଳି ଚଳିତ ରବିବାର ମଧ୍ୟ ଉତ୍ସବ ମୁଖରିତ ବଡଦାଣ୍ଡ । ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ ଜମିଥିଲା ନାଚଗୀତର ମାହୋଲ । ବେଶ୍‌ ଆଡମ୍ବରର ସହ ଅନୁଷ୍ଠିତ ହୋଇଥିଲା ବଡଦାଣ୍ଡ ମହୋତ୍ସବ । ଏଥିରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ତଥା ଓଡିଶାର କଳା ସଂସ୍କୃତି ସହିତ ଜଡିତ ନୃତ୍ୟ, ଗୀତ, ଚିତ୍ରାଙ୍କନ, କୀର୍ତ୍ତନ, ଝୋଟି, କଣ୍ଢେଇ ନାଚ ଓ ମୂରୁଜ ଆଦି ବିଭିନ୍ନ କଳା ପ୍ରଦର୍ଶନ ହୋଇଥିଲା ।

କେବଳ ସେତିକି ନୁହେଁ ଏହି ବଡଦାଣ୍ଡ ଉତ୍ସବରେ ଅନେକ କଳାକାର ବେଶ୍‌ ଉତ୍ସାହର ସହ ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରିଥିଲେ । ଫଳରେ ଆଧ୍ୟାତ୍ମିକ ହୋଇ ଉଠିଥିଲା ଶ୍ରୀକ୍ଷେତ୍ରର ପରିବେଶ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ଏଭଳି ନିଆରା କାର୍ଯ୍ୟକ୍ରମ ଦେଖି ବେଶ ଆନନ୍ଦିତ ମଧ୍ୟ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରକାଶ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ବାର ନିକଟସ୍ଥ ବଡଦାଣ୍ଡରେ ପ୍ରତି ରବିବାର ଏହି ବଡଦାଣ୍ଡ ଉତ୍ସବ ଅନୁଷ୍ଠିତ ହେଉଛି । ଯାହା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details