ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ସହ ଆଲୋଚନା କରି ବିବାଦର ସମାଧାନ କରିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ରହିଛି । ଅନେକ ସ୍ଵତନ୍ତ୍ର ନୀତି ରହିଛି ।
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି, "ବର୍ତ୍ତମାନ କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ତାହା ହେଉଛି ଗୁରୁତ୍ବପୁର୍ଣ୍ଣ । ଆଗାମୀ ଦିନରେ ବିଭିନ୍ନ ନିଯୋଗ ସହ ଆଲୋଚୋନା ପରେ ଯାହା କିଛି ପଦକ୍ଷେପ ନିଆଯିବ ।"
ଏହାବି ପଢନ୍ତୁ- ଶ୍ରୀମନ୍ଦିରରେ ସେବାୟତ ବିବାଦ, ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ
ତେବେ ମହାପ୍ରଭୁଙ୍କ ସେବାରୁ ନିଲମ୍ବିତ ହୋଇଥିବା ଉକ୍ତ ସେବକ କାହିଁକି ଆଜି ଶ୍ରୀମନ୍ଦିରର ଗର୍ଭ ଗୃହକୁ ପ୍ରଵେଶ କଲେ, ତାଙ୍କୁ କିଏ ସହଯୋଗ କଳା ସେ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନାହାଁନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରବର୍ତ୍ତୀ ସମୟରେ ସମୀକ୍ଷା କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ କହି ଏଡାଇ ଯାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଗର୍ଭଗୃହରେ ପ୍ରବେଶ ନେଇ ସ୍ଵତନ୍ତ୍ର SOP କରାଯିବ । ଆଗାମୀ ଦିନରେ ସମୀକ୍ଷା କରାଯାଇ ମହାପ୍ରଭୁ ନୀତିରେ ବାଧା ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ।