ଓଡିଶା

odisha

ETV Bharat / state

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ରାୟକୁ ଶ୍ରୀକ୍ଷେତ୍ରବାସୀଙ୍କ ସ୍ବାଗତ - ପୁରୀର ମୁସଲିମ ସମ୍ପଦ୍ରାୟ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ପ୍ରକାଶ ପାଇଛି ସୁପ୍ରିମକୋର୍ଟଙ୍କ ରାୟ । ଏହାକୁ ସ୍ବାଗତ କରିଛନ୍ତି ଶ୍ରୀକ୍ଷେତ୍ରବାସୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 9, 2019, 3:36 PM IST

ପୁରୀ: ଦୀର୍ଘ 70 ବର୍ଷ ଧରି ଚାଲିଥିବା ଅଯୋଧ୍ୟ ମାମଲାର ଚୂଡାନ୍ତ ରାୟ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶ ପାଇଛି । ଯାହାକୁ ସ୍ବାଗତ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ସମାଜସେବୀ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ବଡ଼ ଦାଣ୍ଡରେ ଥିବା ଭକ୍ତ ସାଲ ବେଗ ପୀଠରେ ପୁରୀରୁ ସବୁ ଧର୍ମର ଲୋକ ଏକାଠି ହୋଇଥିଲେ । ସମସ୍ତେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତରେ ଏକତା ରଖିବାକୁ ଆହ୍ୱାନ ଦେଇଥିଲେ । ପରସ୍ପରକୁ ଫୁଲ ମାଳ ପିନ୍ଧାଇ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ । ରାମ ମନ୍ଦିର ନିର୍ମାଣରେ କୌଣସି ଆପତ୍ତି ଓ ବିରୋଧ ନଥିବା ମତ ପ୍ରକାଶ ପାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାକୁ କେନ୍ଦ୍ରକରି କୌଣସି ହିଂସାକାଣ୍ଡ ନ କରିବାକୁ ସବୁ ଧର୍ମ ଲୋକେ ବାର୍ତ୍ତା ଦେଇଛନ୍ତି । ଶନିବାର ଅଯୋଧ୍ୟା ରାମ ମନ୍ଦିର ବିବାଦୀୟ ଜମି ନିର୍ମାଣ ମାମଲା ଉପରେ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । ରାମ ଜନ୍ମ ଭୂମି ଉପରେ ରାମ ମନ୍ଦିର ନିର୍ମାଣ ହେବ। ସେହିପରି ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ଯୋଗାଇ ଦିଆଯିବ। କୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details