ପୁରୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବାସ ଯୋଜନା ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଏଥିରେ ଛୋଟ ମନ ନେଇ ରାଜ୍ୟ ସରକାର କାମ ନକରନ୍ତୁ । ନଚେତ୍ ଲୋକଙ୍କ ଅଭିଶାପ ପଡିବ ବୋଲି ଜିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି । ଏହାକୁ ସଠିକ୍ ଭାବେ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦରକାର । ସମସ୍ତଙ୍କର ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ଦରକାର । ଛୋଟ ମନ ନେଇ କାର୍ଯ୍ୟ କଲେ ହେବ ନାହିଁ । ଗରିବ ଲୋକଙ୍କର ସଠିକ୍ ତାଲିକା କରାଯାଉ । ଦୁର୍ନୀତି କଲେ ଅଭିଶାପ ପଡିବ ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଧର୍ମେନ୍ଦ୍ର ।