ଓଡିଶା

odisha

ETV Bharat / state

ପୁରୀ ଆରପିଏଫର କୋଭିଡ ସଚେତନତା କାର୍ଯ୍ୟକ୍ରମ - awareness programme conducted by rpf in puri

ପୁରୀରୁ ଟ୍ରେନ ସେବା ଆରମ୍ଭ ହୋଇଯାଇଛି । ତେବେ କୋରୋନା କାଳରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଆରପିଏଫ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ପୁରୀ ଆରପିଏଫ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ
ପୁରୀ ଆରପିଏଫ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ

By

Published : Oct 4, 2020, 10:06 PM IST

ପୁରୀ: ସହର ବାହାରକୁ ଯାଉଥିବା ଟ୍ରେନ ଯାତ୍ରୀଙ୍କୁ କୋଭିଡ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ । ପୁରୀ ଆରପିଏଫ ପକ୍ଷରୁ ଆଜି ଟ୍ରେନ ଯାତ୍ରୀଙ୍କୁ କୋଭିଡ ମହାମାରୀରୁ ନିଜକୁ କିଭଳି ରକ୍ଷା କରିହେବ ସେ ନେଇ ସଚେତନ କରାଯାଇଛି ।

ପୁରୀ ଆରପିଏଫ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ

ଯାତ୍ରୀଙ୍କୁ ବାହାର ସ୍ଥାନରେ ରହିବା ବେଳେ କିଭଳି କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ରଖିହେବ, କିଭଳି ସଠିକ ଭାବେ ମୁହଁରେ ମାସ୍କ ପିନ୍ଧିବା ଉଚିତ, ହାତକୁ ବାରମ୍ବାର ସାନିଟାଇଜ ପାଇଁ ପାଖରେ ସାନିଟାଇଜ କିଭଳି ରଖିବା ଜରୁରୀ ସେ ନେଇ ରେଲୱେ ସୁରକ୍ଷା ବଳ ପକ୍ଷରୁ କୁହାଯାଇଥିଲା।

ମାସ୍କ , ସାନିଟାଇଜର ମଧ୍ୟ ବଣ୍ଟା ଯାଇଥିଲା। ପୁରୀ ଦୁର୍ଗ ଏବଂ ପୁରୀ ସୁରଟ ଏକ୍ସପ୍ରେସରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅଗାମୀ ଦିନରେ କିଭଳି ପୁରୀ ରେଲୱେ ଷ୍ଟେସନରେ କୋଭିଡ ଗାଇଡ଼ ଲାଇନ କଡାକଡି ପାଳନ ହୋଇ ପାରିବ ସେନେଇ ପୁରୀ ଆରପିଏଫ ପକ୍ଷରୁ ବ୍ୟବସ୍ଥା ହୋଇଥିବା ପୁରୀ ଆରପିଏଫ ଅଧିକାରୀ କହିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details