ଓଡିଶା

odisha

ETV Bharat / state

ବଢୁଛି ପକ୍ଷୀ ଶିକାରୀଙ୍କ ଦୋରାତ୍ମ୍ୟ, ପ୍ରହସନ ପାଲଟିଛି ସଚେତନତା - bird hunting rise

ଚିଲିକାକୁ କାହିଁ କେତେ ଦୂରରୁ ବିଦେଶାଗତ ପକ୍ଷୀମାନେ ଉଡି ଆସି ଚିଲିକାର ଶୋଭା ବଢାଇଥାନ୍ତି । ହେଲେ ପକ୍ଷୀ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡୁଥିବାରୁ ଦିନକୁ ଦିନ ବଢିଚାଲିଛି ପକ୍ଷୀ ଶିକାର । ଏମାନଙ୍କ ଅକାଳ ମୃତ୍ୟୁ ପକ୍ଷୀ ପ୍ରେମୀମାନଙ୍କୁ ବ୍ୟଥିତ କରିଛି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ବଢୁଛି ପକ୍ଷୀ ଶିକାରୀଙ୍କ ଦୋରାତ୍ମ୍ୟ, ପ୍ରହସନ ପାଲଟିଛି ସଚେତନତା
ବଢୁଛି ପକ୍ଷୀ ଶିକାରୀଙ୍କ ଦୋରାତ୍ମ୍ୟ, ପ୍ରହସନ ପାଲଟିଛି ସଚେତନତା

By

Published : Jan 2, 2021, 12:51 PM IST

ବ୍ରହ୍ମଗିରି: ଵ୍ରହ୍ମଗିରିରେ ପକ୍ଷୀ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ବନବିଭାଗ ଓ ସ୍ବେଚ୍ଛାସେବୀଙ୍କ ସଚେତନତା ଏବେ ପ୍ରହସନ ପାଲଟିଛି। ପକ୍ଷୀପ୍ରେମୀମାନେ ଦୁଖଃ ପ୍ରକାଶ କରିଛନ୍ତି।

ବଢୁଛି ପକ୍ଷୀ ଶିକାରୀଙ୍କ ଦୋରାତ୍ମ୍ୟ, ପ୍ରହସନ ପାଲଟିଛି ସଚେତନତା

ମୁରାଳ ମାଳିନୀ ନୀଳାମ୍ବୁ ଚିଲିକା କାହିଁ କେତେ କାଳରୁ ନିଜର ଶୋଭା ବଜାଇ ରଖିଛି। ଚିଲିକାକୁ କାହିଁ କେତେ ଦୂରରୁ ଦେଶୀ ବିଦେଶାଗତ ପକ୍ଷୀମାନେ ଉଡି ଆସି ଚିଲିକାର ଶୋଭା ବଢାଇଥାନ୍ତି। ଉପଯୁକ୍ତ ଜଳବାୟୁ ଓ ଖାଦ୍ୟ ଅନ୍ବେଷଣରେ ଆସି ପକ୍ଷୀ ଗୁଡ଼ିକ ଶୀତ ଋତୁରେ ଏଠି ଡେରା ପକାଇଥାନ୍ତି। ଆଉ ଏମାନଙ୍କ କୋଳାହଳ ସଭାକୁ ଉପଭୋଗ କରିବା ପାଇଁ ଚିଲିକାକୁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଆସିଥାନ୍ତି।

ଖାଦ୍ୟ ଅନ୍ବେଷଣରେ ବ୍ରହ୍ମଗିରିର ଚିଲିକା ଉପକୂଳ ଅଞ୍ଚଳକୁ ପକ୍ଷୀମାନେ ଚାଲି ଆସନ୍ତି । ଏମାନଙ୍କ ଉପରେ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ଚାହିଁ ପଡୁଛି । ବିଲ ପୋଖରୀ ଆଦି ବିଭିନ୍ନ ସ୍ଥାନରେ କଇଁ ବେଣ୍ଟ ଓ ପକ୍ଷୀ ଖାଦ୍ୟରେ କୀଟନାଶକ ମିଶାଇ ପକ୍ଷୀ ଶିକାରରେ ମସଗୁଲ ହୋଇଯାନ୍ତି ପକ୍ଷୀ ଶିକାରୀମାନେ। ଆଉ ଦିନ ଦ୍ବିପ୍ରହରରେ ବିନା ଦ୍ବିଧାରେ ଏଗୁଡିକ ବିକ୍ରି କରୁଛନ୍ତି ।

ବନ ବିଭାଗ ଓ ସ୍ବେଚ୍ଛାସେବୀମାନେ ଉପକୂଳବର୍ତ୍ତୀ ଗାଁ ଗାଁ ବୁଲି ପକ୍ଷୀ ଶିକାର ନକରିବା ପାଇଁ ଲୋକଙ୍କୁ ସଚେତନତା କରି ନିଜର କାମ ସାରି ଦେଉଛନ୍ତି । ଫଳରେ ନିରୀହ ପକ୍ଷୀ ଗୁଡ଼ିକ ନିଜର ଜୀବନ ହାରୁଛନ୍ତି । ଏମାନଙ୍କ ଅକାଳ ମୃତ୍ୟୁ ପକ୍ଷୀ ପ୍ରେମୀମାନଙ୍କୁ ବ୍ୟଥିତ କରିଛି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details