ପୁରୀ: ଜୁଆ ଆଡ୍ଡା ଉପରେ ଚଢାଉ କରି ଆକ୍ରମଣର ଶିକାର ହେଲେ ପୋଲିସ । ଶୁକ୍ରବାରରାତିରେ ଖବର ପାଇ କାକଟପୁର ପୋଲିସ ଜୁଆ ଆଡା ଉପରେ ଚଢାଉ କରିଥିଲା ।
ପରେ ଜୁଆଡ଼ିଙ୍କୁ ଗିରଫ କରି ଫେରୁଥିବାବେଳେ, ସହଯୋଗୀଙ୍କ ଆକ୍ରମଣର ଶୀକାର ହୋଇଥିଲା ପୋଲିସ । ଏଥିରେ ଜଣେ ଏସଆଇଙ୍କ ସମେତ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ବର ସିଂ । ସହଯୋଗୀ ମାନେ ପୋଲିସକୁ ଆକ୍ରମଣ କରିବା ସହ ବନ୍ଧୁକ ଛଡାଇ ନେଇ ଯାଇଥିଲେ । ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ମଧ୍ୟ ଜଣାପଡିଛି ।