ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କରିଛନ୍ତି ତହସିଲ କର୍ମଚାରୀ । ନିଜ ସୁରକ୍ଷା ଦାବି ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କର୍ମଚାରୀମାନଙ୍କ ଏହି ଆନ୍ଦୋଳନ ଜାରି ରହିଛି ।
ତହସିଲଦାରଙ୍କୁ ଆକ୍ରମଣ ଘଟଣା: କଳାବ୍ୟାଚ ପିନ୍ଧି କର୍ମଚାରୀଙ୍କ ଆନ୍ଦୋଳନ - ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା
ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ କରିଛନ୍ତି ତହସିଲ କର୍ମଚାରୀ । ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କର୍ମଚାରୀମାନେ କହିଛନ୍ତି । ଅଧିକ ପଢନ୍ତୁ...
ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା: କଳାବ୍ୟାଚ ପିନ୍ଧି ତହସିଲ କର୍ମଚାରୀଙ୍କ ଆନ୍ଦୋଳନ
ଶୁକ୍ରବାର ମଧ୍ୟାହ୍ନରେ ବ୍ରହ୍ମଗିରି ତହସିଲଦାରଙ୍କୁ 2 ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହାପରେ ବ୍ରହ୍ମଗିରି ଥାନାରେ ଏତଲା ଦିଆଯାଇଥିଲା। 24 ଘଣ୍ଟା ପାଖାପାଖି ହୋଇଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ବ୍ରହ୍ମଗିରି ତହସିଲର ସମସ୍ତ କର୍ମଚାରୀ କଳାବ୍ୟାଚ ପରିଧାନ କରି କଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ତହସିଲ କର୍ମଚାରୀ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ